କନକ ବ୍ୟୁରୋ : ଅପରେସନ୍‌ ସିନ୍ଦୂର ଦ୍ୱାରା ଭାରତ ପାକିସ୍ତାନର କିଛିଟା ଏୟାରବେସ୍‌ ଉପରେ କରିଥିଲା ଆକ୍ରମଣ । ଯାହାଦ୍ୱାରା ପାକିସ୍ତାନକୁ ଲାଗିଥିଲା ବଡ଼ ଝଟ୍‌କା । ମକ୍ସର ଟେକ୍ନୋଲୋଜିର ହାଇ-ରିଜୋଲ୍ୟୁସନ୍ ଫଟୋଗୁଡ଼ିକ ଭାରତର ଆକ୍ରମଣରେ ଏହି ବାୟୁସେନା ଘାଟିଗୁଡ଼ିକୁ ହୋଇଥିବା କ୍ଷତିକୁ ସ୍ପଷ୍ଟ ଭାବରେ ଦର୍ଶାଉଛି । ଏକ ପ୍ରେସମିଟ୍‌ ସମୟରେ ଏୟାର ଅପରେସନ୍ସର ମହାନିର୍ଦ୍ଦେଶକ ଏୟାର ମାର୍ଶାଲ ଏ.କେ. ଭାରତୀ କହିଛନ୍ତି ଯେ ଭାରତ ପାକିସ୍ତାନ ଭିତରେ କିଛି ନିର୍ଦ୍ଦିଷ୍ଟ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା ଏବଂ ଏହାର ପ୍ରତିକ୍ରିୟା "ମାପଚୁପ ଏବଂ ସନ୍ତୁଳିତ" ଥିଲା । ଦେଖନ୍ତୁ,ଭାରତର ଆକ୍ରମଣରେ ମାଟି କାମୁଡ଼ିଥିବା ପାକ୍‌ ଏୟାରବେସ୍‌ର ସାଟେଲାଇଟ୍‌ ଫଟୋ । 

Advertisment

ଜାକୋବାବାଦ ଏୟାରବେସ୍‌

ପାକିସ୍ତାନର ଜାକୋବାବାଦ ବାୟୁସେନା ଘାଟି ଅନ୍ତର୍ଜାତୀୟ ସୀମାଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ରାଜସ୍ଥାନର ଲୋଙ୍ଗେୱାଲାର ପଶ୍ଚିମରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଅବସ୍ଥିତ ।

1ୈାୈ

ଭାରତ ଜାକୋବାବାଦ ବାୟୁସେନା ଘାଟିର ହ୍ୟାଙ୍ଗର ଉପରେ ଆକ୍ରମଣ କରିଥିଲା । ହ୍ୟାଙ୍ଗର ମୁଖ୍ୟତଃ ବାୟୁସେନା ଘାଟିରେ ବିମାନକୁ ସୁରକ୍ଷା, ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ଦେବା ପାଇଁ ନିର୍ମାଣ ହୋଇଥାଏ । ମେ 11ର ଏକ ସାଟେଲାଇଟ୍ ଫଟୋରେ ହ୍ୟାଙ୍ଗରର କ୍ଷତି ଏବଂ ଢାଞ୍ଚା ପାଖରେ ଥିବା ଭଗ୍ନାବଶେଷ ସମ୍ପୂର୍ଣ୍ଣ ଦେଖାଯାଇଛି । 

ଭୋଲାରି ଏୟାରବେସ୍‌

ପାକିସ୍ତାନର ସିନ୍ଧ ପ୍ରଦେଶରେ ଅବସ୍ଥିତ ଭୋଲାରି, ଜାକୋବାବାଦ ଏବଂ ସୁକ୍କୁର ବାୟୁସେନା ଘାଟି ଉପରେ ଭାରତ ଆକ୍ରମଣ କରିଥିଲା । ଏହା ପାକିସ୍ତାନର ନୂଆ ବାୟୁସେନା ଘାଟି ମଧ୍ୟରୁ ଗୋଟିଏ,ଯାହା ୨୦୧୭ରେ କାର୍ଯ୍ୟକ୍ଷମ ହୋଇଥିଲା ।

bhalori

ଭାରତ ତରଫରୁ ପାକିସ୍ତାନ ଉପରେ କରାଯାଇଥିବା ଟାର୍ଗେଟ୍‌ରେ ଭୋଲାରି ଏୟାରବେସ୍‌ ନାଁ ଥିଲା । ଭାରତ ଏଠାରେ ମଧ୍ୟ ବାୟୁସେନା ଘାଟିର ହ୍ୟାଙ୍ଗର ଉପରେ ମଧ୍ୟ ଆକ୍ରମଣ କରିଥିଲା, ଯାହାର ଛାତକୁ ଅଧିକ କ୍ଷତି ପହଞ୍ଚାଇଥିଲା । ଏ ହେଉଛି ତାହାର ସ୍ପଷ୍ଟ ଚିତ୍ର । 

ସୁକ୍କୁର ଏୟାରବେସ୍‌

ସିନ୍ଧ ପ୍ରାନ୍ତରେ ଅବସ୍ଥିତ ସୁକ୍କୁର ଏୟାରବେସ୍‌ ହେଉଛି ପାକିସ୍ତାନ ପାଇଁ ଏକ ରଣନୈତିକ ଏୟାରବେସ୍‌ । ଯାହା ରାଜସ୍ଥାନ ସହିତ ଅନ୍ତର୍ଜାତୀୟ ସୀମାର ପଶ୍ଚିମରେ ଅବସ୍ଥିତ । ସୁକ୍କୁର ଜକ୍କୋକାବାଦ ଏବଂ ଭୋଲାରି ସିନ୍ଧରେ ଅବସ୍ଥିତ । ପାକିସ୍ତାନର ଦକ୍ଷିଣ ବାୟୁସେନା କମାଣ୍ଡ ଦ୍ୱାରା ସୁକ୍କୁର ପରିଚାଳିତ ହେଉଥିଲା ।

sukkur

ମେ' ୧୦ର ଏହି ସାଟେଲାଇଟ୍ ଫଟୋରେ ବ୍ୟାପକ କ୍ଷୟକ୍ଷତି ଏବଂ କୂଳରେ ଭଗ୍ନାବଶେଷ ଦେଖାଯାଉଛି । ଆକ୍ରମଣ ପରେ ଅଗ୍ନିକାଣ୍ଡ ଯୋଗୁଁ ସମ୍ଭବତଃ ଗଛଗୁଡ଼ିକ ପୋଡ଼ି ଯାଇଛି । 

ନୁର ଖାନ ଏୟାରବେସ୍‌

ନୁର ଖାନ ହେଉଛି ରାୱଲପିଣ୍ଡି ଏବଂ ଇସଲାମାବାଦ ମଧ୍ୟରେ ଅବସ୍ଥିତ ଏକ ରଣନୈତିକ ବାୟୁସେନା ଘାଟି । ଯେଉଁଠାରେ କି ପାକିସ୍ତାନ ସେନାର ମୁଖ୍ୟାଳୟ ରହିଛି ଏହା ସହ ପାକ୍‌ର ରାଜନୈତିକ ଶକ୍ତି କେନ୍ଦ୍ର ମଧ୍ୟ । 

nur khan

ଏହା ପ୍ରଥମ ଥର ନୁହେଁ ଯେତେବେଳେ ଭାରତ ନୁର ଖାନ ଉପରେ ଆକ୍ରମଣ କରିଥିଲା । ୧୯୭୧ ଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନାର ୨୦ ସ୍କ୍ୱାଡ୍ରନ୍ ଏହାର ହକର୍ ହଣ୍ଟର୍ସ ସହିତ ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲା ।

ରହିମ ୟାର ଖାନ ଏୟାରବେସ୍‌

ଏହି ବାୟୁସେନା ଘାଟି ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଅବସ୍ଥିତ ଏବଂ ବାହାୱଲପୁରରୁ ୨୦୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ । ଏହି ଆତଙ୍କବାଦୀ ସ୍ଥଳକୁ ଭାରତ ମେ ୭ ତାରିଖରେ ଅପରେସନ ସିନ୍ଦୂରର ପ୍ରଥମ ପର୍ଯ୍ୟାୟରେ ହିଁ ଟାର୍ଗେଟ କରିଥିଲା ।

rahim

ସାମ୍ବାଦିକ ସମ୍ମିଳନୀ ସମୟରେ, ଏୟାର ମାର୍ଶାଲ ଏ.କେ. ଭାରତୀ ଏୟାରବେସ୍‌ର ରନୱେରେ ହୋଇଥିବା ପ୍ରବଳ କ୍ଷତିର ଏକ ଭିଡିଓ ଦେଖାଇଥିଲେ । ଭାରତର ଆକ୍ରମଣ ପରେ ରନୱେରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା । ମକ୍ସରରୁ ଆସିଥିବା ଏହି ସାଟେଲାଇଟ୍ ଚିତ୍ରରେ ଭାରତ ଆକ୍ରମଣ କରିଥିବା ଅଞ୍ଚଳ ଦେଖାଯାଇଛି । 

ମୁଶାଫ, ସରଗୋଧା ଏୟାରବେସ୍‌

ସରଗୋଧାରେ ଥିବା ମୁଶାଫ ଏୟାରବେସ୍ ହେଉଛି ପାକିସ୍ତାନ ବାୟୁସେନାର ଆଉ ଏକ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଘାଟି । ଯାହାକୁ ଭାରତ ଅପରେସନ ସିନ୍ଦୂର ସମୟରେ ଟାର୍ଗେଟ କରିଥିଲା । ସରଗୋଧା ଲାହୋରର ପଶ୍ଚିମରେ ଅବସ୍ଥିତ ଏବଂ ପଞ୍ଜାବ ସହିତ ଅନ୍ତର୍ଜାତୀୟ ସୀମାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ ।

mushaf

୧୯୬୫ ଏବଂ ୧୯୭୧ ଯୁଦ୍ଧ ସମୟରେ, ଭାରତୀୟ ବାୟୁସେନା ତାର ବାୟୁ ଅଭିଯାନ ସମୟରେ ସରଗୋଧାକୁ ଟାର୍ଗେଟ କରିଥିଲା । ଭାରତର ଆକ୍ରମଣ ପରେ ସେଠାରେ ସୃଷ୍ଟି ହୋଇଥିବା ଗର୍ତ୍ତଗୁଡ଼ିକ ଅତି କମରେ ଆଠ ମିଟର ଚଉଡ଼ା ଥିଲା । ଏହିସବୁ ଥିଲା ଭାରତ ଆକ୍ରମଣରେ ପାଉଁଶ ହୋଇଥିବା ପାକ୍‌ ଏୟାରବେସ୍‌ର ସ୍ପଷ୍ଟ ସାଟେଲାଇଟ୍‌ ଫଟୋ ।