କନକ ବ୍ୟୁରୋ:  ମଙ୍ଗଳବାର ରାତିରେ ପାକିସ୍ତାନ ଓ ପିଓକେରେ ପଶି ଆତଙ୍କବାଦୀ ଏକାଧିକ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି। ପାକିସ୍ତାନ ଆତଙ୍କବାଦ ବିରୋଧରେ ଆରମ୍ଭ ହୋଇଛି ’ଅପରେସନ୍  ସିନ୍ଦୂର ’ । ଭାରତ  ଉପରେ ଆକ୍ରମଣ କରିବାକୁ ଯେଉଁ ଆତଙ୍କବାଦୀ ଆଡ୍ଡାରେ ଯୋଜନା ପ୍ରସ୍ତୁତ ହୋଇଥିଲା ସେସବୁ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ଧ୍ବଂସ କରିଛି ଭାରତୀୟ ବାୟୁସେନା । ସୂଚନା ଅନୁସାରେ ଏବେଯାଏଁ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି  ଭାରତୀୟ ବାୟୁସେନା । ଏହି ଆକ୍ରମଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଆସିଛି।  ଭାରତୀୟ ସେନାର ଏହି ଆକ୍ରମଣକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି ରାହୁଲ ଏବଂ ତାଙ୍କ ସହ ଏହି ଆକ୍ରମଣକୁ ପୂରା କଂଗ୍ରେସ ଦଳ ପୂର୍ଣ୍ଣ ସମର୍ଥନ  ଜଣାଇଛି । 

Advertisment

ଭାରତୀୟ ସେନା ପାଇଁ ’ ଜୟ ହିନ୍ଦ୍ ’ ସ୍ଲୋଗାନ ଦେଇଛନ୍ତି ରାହୁଲ ଗାନ୍ଧୀ ।  ଭାରତୀୟ ସଶସ୍ତ୍ର ବଳକୁ ନେଇ ସେ ଗର୍ବିତ । ତାଙ୍କ ସହ ଅନ୍ୟ କଂଗ୍ରେସ ନେତା ମଧ୍ୟ ଭାରତର ଆକ୍ରମଣକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଏଭଳି ଆକ୍ରମଣ ଦେଶର ସ୍ବାଭିମାନ ପାଇଁ ନିତାନ୍ତ ଜରୁରି ଥିଲା ବୋଲି କହିଛନ୍ତି ।