କନକ ବ୍ୟୁରୋ : ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୨୮ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । ଏହାର ପ୍ରତିଜବାବରେ ଭାରତୀୟ ସେନା ଚଳିତମାସ ୬ ଓ ୭ ତାରିଖ ଦୁଇଦିନ ଧରି ପାକିସ୍ତାନ ଉପରେ ଜୋରଦାର ଆକ୍ରମଣ କରିଥିଲା । ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ୯ଟି ଆତଙ୍କବାଦୀ ଠିକଣାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା । ଏଥିରେ ୧୦୦ ରୁ ଅଧିକ ପାକିସ୍ତାନ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ନେଇ ଭାରତୀୟ ସେନା ତରଫରୁ ସୂଚନା ଦିଆଯାଇଛି । ସେପଟେ ଭାରତ ଆକ୍ରମଣର ପ୍ରତିଜବାବରେ ପାକିସ୍ତାନ ମଧ୍ୟ ଡ୍ରୋନ ସହାୟତାରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ହେଲେ ଭାରତର ଡିଫେନ୍ସ ସିଷ୍ଟମ ଏସ-୪୦୦ ସେହି ଡ୍ରୋନଗୁଡିକୁ ଆକାଶରେ ନଷ୍ଟ କରିଦେଇଥିଲା । ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ୧୧ ଟି ଏୟାରବେସ୍ ମଧ୍ୟ ମାଟିରେ ମିଶିଯାଇଛି । ଏହାକୁ ନେଇ ଏବେ ପାକିସ୍ତାନ କହିଛି କି, ଭାରତୀୟ ସେନାଙ୍କ ଆକ୍ରମଣରେ ପାକିସ୍ତାନର ୧୧ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ଏହାସହ ୭୮ଜଣ ଯବାନ ଗୁରୁତର ହୋଇଛନ୍ତି । ଏହି ଯବାନମାନଙ୍କ ମଧ୍ୟରୁ ୫ ଜଣ ବାୟୁସେନାର ବୋଲି ପାକିସ୍ତାନ ତରଫରୁ କୁହାଯାଇଛି ।
ଭାରତୀୟ ସେନା ଆକ୍ରମଣରେ ପ୍ରାଣ ହରାଇଛନ୍ତି ୧୧ ଜଣ ପାକିସ୍ତାନୀ ସୈନ୍ୟ, ପଢନ୍ତୁ ଯୁଦ୍ଧକୁ ନେଇ କ'ଣ କହିଲେ ପାକିସ୍ତାନ ସେନା ମୁଖ୍ୟ
ଏଥିରେ ୧୦୦ ରୁ ଅଧିକ ପାକିସ୍ତାନ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ନେଇ ଭାରତୀୟ ସେନା ତରଫରୁ ସୂଚନା ଦିଆଯାଇଛି । ସେପଟେ ଭାରତ ଆକ୍ରମଣର ପ୍ରତିଜବାବରେ ପାକିସ୍ତାନ ମଧ୍ୟ ଡ୍ରୋନ ସହାୟତାରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ହେଲେ ଭାରତର ଡିଫେନ୍ସ ସିଷ୍ଟମ ଏସ-୪୦୦ ସେହି ଡ୍ରୋନଗୁଡିକୁ ଆକାଶରେ ନଷ୍ଟ କରିଦେଇଥିଲା ।
/kanak/media/media_files/2025/05/13/D04ya3ssBWVCIBWKUswj.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)