କନକ ବ୍ୟୁରୋ : ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତୀୟ ସେନା ଅପରେସନ୍ ସିନ୍ଦୂର ଆରମ୍ଭ କରିଛି । ଏହି ଅପରେସନରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ପଶି ୯ଟି ଆତଙ୍କବାଦୀ ଠିକଣାକୁ ମାଟିରେ ମିଶାଇ ଦେଇଛି । ଭାରତର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ବିଶ୍ୱର ନେତାମାନେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହି କ୍ରମରେ ଭାରତୀୟ ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଜିତ୍ ଡୋଭାଲ ଆମେରିକା ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ମାର୍କୋ ରୁବିୟୋ ସହ କଥା ହୋଇଛନ୍ତି ।
ଅପରେସନ ସିନ୍ଦୂରକୁ ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ତଥା ଜାତୀୟ ସୁରକ୍ଷା ପରିଷଦ ଅଧ୍ୟକ୍ଷ ମାର୍କୋ ରୁବିୟୋ କହିଛନ୍ତି କି, ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି । ଆଶା କରାଯାଉଛି ଏହି ବିବାଦ ଖୁବଶୀଘ୍ର ସମାପ୍ତ ହୋଇଯିବ । ଅଜିତ୍ ଡୋଭାଲ ମାର୍କୋ ରୁବିୟୋଙ୍କୁ ଭାରତ ତରଫରୁ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୩୦ ତାରିଖରେ ମାର୍କୋ ରୁବିୟୋ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକରଙ୍କୁ ପାକିସ୍ତାନ ସହ ବିବାଦ କମ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କୁ ପହଲଗାମ ଆକ୍ରମଣକୁ ନିନ୍ଦା କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।