ମେ’ ୯ ତାରିଖକୁ ଡରୁଛି ପାକିସ୍ତାନ ? ଏହା ପଛର କାରଣ କ’ଣ ହୋଇପାରେ ?

ମେ’ ମାସ ଆଜିର ତାରିଖକୁ କାହିଁକି ଡରେ ପାକିସ୍ତାନ? ପୁଣି ହୋଇଯିବ କି ବ୍ଲାକ ଡେ? ଡରରେ ପୂରା ଦେଶ । ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ପାକିସ୍ତାନ ସରକାର ଓ ତା’ର ସେନାକୁ ପୂରା ଡରାଇଦେଇଛି ।

ଅଦ୍ୟତନ ହୋଇଛି
9th May

9th May Photograph: (KanakNews)

କନକ ବ୍ୟୁରୋ: ମେ’ ମାସ ଆଜିର ତାରିଖକୁ କାହିଁକି ଡରେ ପାକିସ୍ତାନ? ପୁଣି ହୋଇଯିବ କି ବ୍ଲାକ ଡେ? ଡରରେ ପୂରା ଦେଶ । ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ପାକିସ୍ତାନ ସରକାର ଓ ତା’ର ସେନାକୁ ପୂରା ଡରାଇଦେଇଛି । ସେମାନଙ୍କ ମନରେ ଏହି ଡର ଯେ, କାଳେ ଆଜିର ଦିନ ବି ଭୟଙ୍କର ହେବନି ତ ? ପୁଣି ୨୦୨୩ ଭଳି ସ୍ଥିତି ହେବନି ତ ? ୨୦୨୩ ଆଜିର ଦିନରେ ପାକିସ୍ତାନରେ ବଡ ଧରଣର ବିଦ୍ରୋହ ଦେଖାଦେଇଥିଲା । ସେଦିନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ହିଂସା ଦେଖାଦେଇଥିଲା । ପାକିସ୍ତାନରେ ବ୍ୟାପକ କ୍ଷତି ହୋଇଥିଲା । ବିପୁଳ ସରକାରୀ ସମ୍ପତ୍ତି କ୍ଷତି ହୋଇଥିଲା । ଆଜି ଯେତେବେଳେ ପାକ୍ ସେନାର ଷଡଯନ୍ତ୍ର ଗୋଟିଏ ପରେ ଗୋଟିଏ ପଣ୍ଡୁର ହେଉଛି ପାକ୍ ସେନା ଓ ସରକାରଙ୍କୁ ସେହି ଡର ପୁଣି ଡରାଉଛି । 

ଆଜି ସକାଳୁ ଭାରତର ଡ୍ରୋନ ପ୍ରତିଆକ୍ରମଣ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି । ଭାରତର ଡ୍ରୋନ ମାଡରେ ଇସ୍ଲାମାବାଦ, କରାଚି, ରାୱଲପିଣ୍ଡି, ଭଳି ମୁଖ୍ୟ ସହର ଗୁଡିକରେ ଧନ ଜୀବନ କ୍ଷତି ହୋଇଛି । ଭାରତ  ଓ ପାକିସ୍ତାନର ସୀମାରେ ଲଗାତାର ଗୁଳିମାଡ ହେଉଛି । ପାକିସ୍ତାନ ସରକାରଙ୍କୁ ଏବେ ଏହି ଡର ଘାରୁଛି ଯେ, କାଳେ ଭାରତର ଜବାବ ଓ ଆଭ୍ୟନ୍ତରୀଣ ଅସ୍ଥିରତା ୨୦୨୩ର  ସ୍ଥିତିକୁ ଦୋହରାଇବନି ତ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe