କନକ ବ୍ୟୁରୋ: ଶ୍ରୀନଗର ପରେ ଭୁଜ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗୁରୁବାର ଜମ୍ମୁରେ ସ୍ଥଳସେନା ଯବାନଙ୍କୁ ଭେଟି ବଢାଇଥିଲେ ଜୋସ୍‌, ଶୁକ୍ରବାର ଗୁଜରାଟରେ ବାୟୁବୀର ମାନଙ୍କୁ ଭେଟି ବଢାଇଛନ୍ତି ମନୋବଳ । ଭୁଜ୍‌ ଏୟାରଫୋର୍ସ ଷ୍ଟେସନରୁ ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପଡ଼ୋଶୀ ଶତ୍ରୁରାଷ୍ଟ୍ରକୁ ଆଇନା ଦେଖାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଅପରେସନ ସିନ୍ଦୂର ଓ ପରେ ପାକିସ୍ତାନ ଉପରେ ଯେଉଁ ଆକ୍ରମଣ ହୋଇଛି ତାହା କେବଳ ମାତ୍ର ଟ୍ରେଲର । ସଠିକ୍ ସମୟ ଆସିଲେ ଭାରତ ପୂରା ବିଶ୍ବକୁ ଫିଲ୍ମ ଦେଖାଇବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ରାଜନାଥ ସିଂହ । 

Advertisment

ଜମ୍ମୁ ସୋପିଆନର କେରାନ ଏବଂ ତ୍ରାଲ୍‌ ଅଞ୍ଚଳରେ ୪୮ ଘଣ୍ଟାର ୨ଟି ସ୍ବତନ୍ତ୍ର ଅପରେସନରେ ୬ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଆଗକୁ ଏହି ଅଭିଯାନ ଜାରି ରହିବ, ଘାଟିରୁ ଆତଙ୍କବାଦୀଙ୍କୁ ସଫା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କାଶ୍ମୀର ଆଇଜି ।
 
ଅପରେସନ ସିନ୍ଦୂର ପରେ ଆହୁରି ଶକ୍ତିଶାଳୀ ହେବ ସେନା । ପ୍ରତିରକ୍ଷା କ୍ଷେତ୍ରରେ ନିଜ ଶକ୍ତିକୁ ଆହୁରି ବୃଦ୍ଧି କରିବ ଭାରତ । ଆସୁଥିବା ଶୀତ ଅଧିବେଶନରେ କେନ୍ଦ୍ର ସରକାର ୫୦ ହଜାର କୋଟି ଟଙ୍କାର ପ୍ରତିରକ୍ଷା ବଜେଟ ଆଣିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା ।