କନକ ବ୍ୟୁରୋ: ପହଲଗାମ୍ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ଆରମ୍ଭ କରିଛି ଭାରତୀୟ ସେନା  । ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ସଙ୍ଗଠନ ଲସ୍କର -ଏ- ତୋୟବା, ଜୈଶ- ଏ- ମୋହମ୍ମଦ, ଓ ହିଜବୁଲ ମୁଜାହିଦ୍ଦିନର ଠିକଣାଗୁଡିକୁ ଉପରେ ଏୟାରଷ୍ଟ୍ରାଇକ୍ କରି ଆତଙ୍କୀଙ୍କୁ ନିପାତ କରିଛି ବାୟୁସେନା । ଏହି ଆକ୍ରମଣକୁ ନେଇ ସେନାର ପୂର୍ବତନ ଅଧ୍ୟକ୍ଷ ମନୋଜ ନରୱଣେ ଯାହା କହିଛନ୍ତି ତାହା ଆଗକୁ ଭୟଙ୍କର ଆକ୍ରମଣର ସୂଚନା ଦେଇଛି ।  ’ପିକ୍ଚର ତୋ ଅଭି ବାକି ହୈ’ ବୋଲି ନରୱଣେ କହିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି ।

Advertisment

ନରୱଣେ ସଙ୍କେତ ଦେଇଛନ୍ତି, ଯଦି ପାକିସ୍ତାନ ଭାରତରେ ସାମରିକ ପ୍ରତିଷ୍ଠାନଗୁଡିକୁ ଟାର୍ଗେଟ କରେ ଏବଂ ଯୁଦ୍ଧକୁ ଉସକାଏ ତେବେ ଭାରତ ଆହୁରି ବଡ ଧରଣର ଆକ୍ରମ ଣ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପହଲଗାମ ଆତଙ୍କବାଦୀ ଆକ୍ରମଣର ଏକ ସଠିକ ଜବାବ ଭାବରେ ’ଅପରେସନ୍ ସିନ୍ଦୂର’କୁ ଆରମ୍ଭ କରିଛି ।