କନକ ବ୍ୟୁରୋ: ଭାରତୀୟ ସଶସ୍ତ୍ରବଳ ଓ ବିଦେଶ ମନ୍ତ୍ରଣାଳାୟର ମିଳିତ ପ୍ରେସ ମିଟରେ ଅପରେସନ୍ ସିନ୍ଦୁର ନେଇ ସବିଶେଷ ସୂଚନା ଦିଆଯାଇଛି। ଏଥିରେ ବାୟୁସେନା ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ପାକିସ୍ତାନକୁ ଦେଇଛନ୍ତି ସିଧାସଳଖ ଚେତାବନୀ।
ପହଲଗାମ୍ ଆକ୍ରମଣ ପରେ ଭାରତ ଏବେ ଆକ୍ସନ ମୋଡରେ । କେତେବେଳେ କିଭଳି ଯୋଜନାରେ ଭାରତୀୟ ବାୟୁସେନା ପାକିସ୍ତାନ ଭିତରେ ପଶି ଆତଙ୍କୀଙ୍କ ଆଡ୍ଡା ଉପରେ ଆକ୍ରମଣ କଲେ ସେନେଇ ତଥ୍ୟ ଦେଇଛନ୍ତି ଦୁଇ ସେନାଧିକାରୀ । କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ବାୟୁସେନା ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ । ବୈଦେଶିକ ସଚିବ ଓ କର୍ଣ୍ଣେଲ ସୋଫିଆ କ୍ୟୁରେସି ତଥ୍ୟ ରଖିବା ପରେ ତଥ୍ୟ ରଖିଥିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ । ପାକିସ୍ତାନକୁ ଦେଇଥିଲେ ଚେତାବନୀ । କହିଲେ, ପାକିସ୍ତାନର ଯେକୌଣସି ପ୍ରତିକ୍ରିୟାର ଜବାବ୍ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ । ହେଲେ ଯଦି ପାକିସ୍ତାନ କିଛି ଉସକାଇଲା ଭଳି କାର୍ଯ୍ୟ ବା ଆକ୍ରମଣ କରେ ତାହେଲେ ତାର ଫଳାଫଳ ଭୋଗିବାକୁ ପଡିବ । ଭାରତୀୟ ସେନା ତା’ର କଡା ଜବାବ ଦେବ ।