କ୍ରିକେଟ୍ ମଇଦାନରେ ସେନାର ଶୌର୍ଯ୍ୟକୁ କରାଯିବ ସଲାମ : IPL ଫାଇନାଲରେ ପ୍ରଦର୍ଶିତ ହେବ ଅପରେସନ ସିନ୍ଦୂରର ସଫଳତା

ଆଇପିଏଲ୍ ଗ୍ରାଣ୍ଡ୍ ଫାଇନାଲରେ ଅପରେସନ ସିନ୍ଦୂରର ସଫଳତା ଉତ୍ସବ ପାଳନ ହେବ । ସିଡିଏସଙ୍କ ସମେତ ତିନି ସେନାର ମୁଖ୍ୟ ଏହି ଅବସରରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।

IPL SINDOOR

IPL SINDOOR Photograph: (Kanak News)

କ୍ରିକେଟ୍ ମଇଦାନରେ ସେନାର ଶୌର୍ଯ୍ୟଙ୍କୁ କରାଯିବ ସଲାମ । ଆଇପିଏଲ୍ ଗ୍ରାଣ୍ଡ୍ ଫାଇନାଲରେ ଅପରେସନ ସିନ୍ଦୂରର ସଫଳତା ଉତ୍ସବ ପାଳନ ହେବ । ସିଡିଏସଙ୍କ ସମେତ ତିନି ସେନାର ମୁଖ୍ୟ ଏହି ଅବସରରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ବିସିସିଆଇ ପକ୍ଷରୁ ଏନେଇ ପ୍ରସ୍ତୁତି କରାଯାଉଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍ ୨୦୨୫ର ଫାଇନାଲ ମୁକାବିଲା । ଉଦଯାପନୀ ଉତ୍ସବକୁ ଭାରତୀୟ ସେନାର ବୀର ଯବାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯିବ । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ, ଅପରେସନ ସିନ୍ଦୂରରେ ନେଇଛି ଭାରତ । ପାକିସ୍ତାନର ଛାତି ଉପରେ ଆକ୍ରମଣ କରି କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ସମ୍ପୂର୍ଣ୍ଣ ଦେଶବାସୀ ସେନାବାହିନୀକୁ ପ୍ରଶଂସା କରୁଥିବା ବେଳେ ବିସିସିଆଇ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରୁଛି । ଅପରେସନ ସିନ୍ଦୂର ପରେ ସୁରକ୍ଷା ଦୃଷ୍ଟିରୁ ପାଖାପାଖି ୧ ସପ୍ତାହ ଧରି ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା । ମେ ୧୭ ତାରିଖରୁ ପୁଣି ଥରେ ଏହି ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହୋଇଥିବା ବେଳେ ଜୁନ ୩ ତାରିଖରେ ହେବ ଫାଇନାଲ୍ ଫାଇଟ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe