କନକ ବ୍ୟୁରୋ: ପହଲଗାମ ଆକ୍ରମଣ ବିରୁଦ୍ଧରେ ଭାରତ ଯେଉଁ ଭୀଷଣ ଅଭିଯାନ ଆରମ୍ଭ କରିଛି ତାହା କେବଳ ପାକିସ୍ତାନ ନୁହେଁ ବରଂ ସାରା ବିଶ୍ବକୁ ବାର୍ତ୍ତା ଦେଇଛି । ଯୁଦ୍ଧ ସ୍ଥିତିକୁ ନେଇ ବୈଦେଶିକ ସଚିବଙ୍କ ସହ ଦୁଇ ମହିଳା ସେନା ଅଧିକାରୀ ଯେଉଁଭଳି ଭାବେ ବ୍ରିଫିଙ୍ଗ କଲେ ତାହା ବି ଚର୍ଚ୍ଚାର ବିଷୟ ହୋଇଛି । ଏଥିରେ ସେନାର ଶୌର୍ଯ୍ୟ ଓ ପରାକାଷ୍ଠା ପ୍ରକାଶ ପାଇଛି ।
/kanak/media/media_files/2025/05/09/aqxPhQ0XyVlfME9oFfEF.jpg)
ଅପରେସନ୍ ସିନ୍ଦୂର ମାଧ୍ୟମରେ ଭାରତ ସାରା ବିଶ୍ବକୁ ଦେଇଛି ୫ଟି ବଡ ସନ୍ଦେଶ :
୧. ପାକିସ୍ତାନକୁ ବାର୍ତ୍ତା, ସୁଧୁରିବାର ଏହା ଶେଷ ଶେଷ ସୁଯୋଗ : ଭାରତ ସ୍ପଷ୍ଟ ଭାବେ ଦୁନିଆକୁ କହୁଛି ପହଲଗାମ ଆକ୍ରମଣରେ ଧର୍ମ ପଚାରି ନିରୀହ ଲୋକଙ୍କୁ ଆତଙ୍କୀ ହତ୍ୟା କଲେ । କିନ୍ତୁ ଭାରତ ତା’ର ଜବାବ ମାନବିକତାର ସହ ଦେଇଛି । ପାକିସ୍ତାନର ଆର୍ମି କି ତା’ର ଜନତାଙ୍କ ଉପରେ ନୁହେଁ ବରଂ କେବଳ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି । ତଥାପି ବୁଝିପାରୁନି ପାକିସ୍ତାନ । ଓଲଟା ସୀମାରେ ଗୁଳିମାଡ କରୁଛି , ଯାହା ବାସ୍ତବରେ ’ଆକ୍ଟ ଅଫ୍ ୱାର୍’।
୨. ଚୀନକୁ ବି ବାର୍ତ୍ତା : ସୀମାରେ ଯାହା କିଛି ବି ହେଉଛି ତାହା କେବଳ ଭାରତ ପାକିସ୍ତାନ ଭିତରେ ହେଉଥାଇପାରେ ହେଲେ ଏହା ଚୀନକୁ କୁ ବି ଏକ ବଡ ବାର୍ତ୍ତା । କାରଣ ଏଭଳି ସ୍ଥିତିରେ ସାରା ବିଶ୍ବ ଭାରତ ସହ ଛିଡା ହୋଇଥିବାବେଳେ ଚୀନ କିନ୍ତୁ ପାକିସ୍ତାନକୁ ସମର୍ଥନ ଜଣାଉଛି । ଏପରିକି ପାକିସ୍ତାନକୁ ଅସ୍ତ୍ର ଯୋଗାଉଛି । ଯେତେବେଳେ ବି ଆତଙ୍କବାଦ ପ୍ରସଙ୍ଗ ଉଠିଛି ସବୁବେଳେ ଚୀନ ପାକିସ୍ତାନକୁ ସମର୍ଥନ ଜଣାଉଛି । ଚୀନ୍ ଭାବୁଛି ପାକିସ୍ତାନକୁ ହାତ କରି ଚୀନ ନିଜର ସ୍ବାର୍ଥ ହାସଲ କରିବ କିନ୍ତୁ ଭାରତର ପ୍ରଥମ ଆକ୍ସନରୁ ହିଁ ଚୀନ ସତର୍କ ହୋଇଯିବା ଦରକାର । କାରଣ ଆକ୍ସନ ଯେବେ କୁହେ ଜୋରରେ କୁହେ , ଚୀନ ବି ଏକଥାକୁ ଏବେଠୁ ବୁଝିଯିବା ଉଚିତ ।
୩. ଯେଉଁ ବାର୍ତ୍ତା ପାକିସ୍ତାନ ଓ ଚୀନକୁ ଯାଉଛି ତାହା ସାରା ବିଶ୍ବ ପାଇଁ ମଧ୍ୟ ଯାଉଛି । ବାଂଲାଦେଶ ଓ ଶ୍ରୀଲଙ୍କା ସହ ସାରା ବିଶ୍ବ ସମୁଦାୟକୁ ଭାରତ କହୁଛି ପ୍ରକୃତ ତଥ୍ୟ ନଜାଣି କାହାରି ପ୍ରରୋଚନାରେ ଆସିବା ଠିକ୍ ନୁହେଁ । ଏବେ ବାଂଲାଦେଶ ପାକିସ୍ତାନ ଆଡକୁ ଢଳିବା ପରି ଲାଗୁଛି । କିନ୍ତୁ ’ଅପରେସନ୍ ସିନ୍ଦୂରକୁ ଦେଖିବା ପରେ ବାଂଲାଦେଶକୁ ବୁଦ୍ଧି ପଶିବା ଦରକାର ।
୪. ସମସ୍ତ ଦେଶଙ୍କୁ ବାର୍ତ୍ତା ; ପାକିସ୍ତାନର ମାତ୍ର୧୦୦ କିଲୋମିଟର ଭିତରକୁ ଯାଇ ଭାରତୀୟ ବାୟୁସେନା ଯାହା କରି ଦେଖାଇଛି ତାହା ଆରମ୍ଭ ମାତ୍ର । ଏଥିରେ ନା ପାକିସ୍ତାନୀ ଆର୍ମି ନା ନାଗରୀକଙ୍କ କିଛି ବି କ୍ଷତି ହୋଇଛି । ପାକିସ୍ତାନ ଯାହା ଭୁଲ ତଥ୍ୟ ଦେଉଛି ଯେ, ତା’ର ମସଜିଦ ଭାଙ୍ଗିଦିଆଯାଇଛି ସେସବୁ ଭୁଲ । ଭାରତ ପ୍ରଥମରୁ ସ୍ପଷ୍ଟ କରିସାରିଛି ,ଏ ଅଭିଯାନ ଆତଙ୍କୀଙ୍କ ବିରୋଧରେ ନିରୀହ ଜନତାଙ୍କ ବିରୋଧରେ ନୁହେଁ ।
୫. ଅପରେସନ୍ ସିନ୍ଦୂର ହୁଏତ ଆତଙ୍କବାଦର ସ୍ଥାୟୀ ସମାଧନ ନୁହେଁ । କିନ୍ତୁ ଏବେଠୁ ଭାରତୀୟ ମଧ୍ୟ ପାକିସ୍ତାନ ପ୍ରତି ନିଜର ଦୃଷ୍ଟିକୋଣ ବଦଳାଇବାର ସମୟ ଆସିଛି ବୋଲି କୁହଯାଉଛି । ପାକିସ୍ତାନ ବିରୋଧରେ ଭାରତକୁ ଆମୂଳଚୁଳ ଭାବେ ପରିବର୍ତ୍ତନ ଆଣିବା ଜରୁରି ହୋଇପଡିଛି । ଏବେ ପାକିସ୍ତାନ ପାଇଁ କୌଣସି ଭାବାବେଗେ ନରହିବା ଉଚିତ । ଆତଙ୍କବାଦ ବିରୋଧରେ ଏହା ଦୀର୍ଘ ଯୁଦ୍ଧ,ଯାହା ଆରମ୍ଭ ହୋଇଛି ଏଥିପାଇଁ ପ୍ରତ୍ୟେ କ ଭାରତୀୟ ନିଜକୁ ସାମିଲ କରିବା ଦରକାର ।