କନକ ବ୍ୟୁରୋ : ଅପରେସନ୍‌ ସିନ୍ଦୂର ପରେ ପ୍ରଥମଥର ପାଇଁ ଗୁଜରାଟ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ୩ଟି ସ୍ଥାନରେ ବିଶାଳ ରୋଡ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ । ଭଦୋଦରା, ଭୁଜ ଓ ଅହମ୍ମଦାବାଦରେ ବିଶାଳ ରୋଡ ଶୋ କରି ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଛନ୍ତି । ତେବେ ଅପରେସନ୍‌ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପ୍ରଶଂସକଙ୍କ ଗହଣରେ ପହଞ୍ଚିବାପରେ ପ୍ରଧାନମନ୍ତ୍ରୀଙ୍କ ଝଲକ ଟିକେ ପାଇବାକୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି  । ଫୁଲବର୍ଷା କରି ମୋଦୀଙ୍କ ସ୍ବାଗତ ଜଣାଇବା ସହ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଗୁଜରାଟର ସ୍ଥାନେ ସ୍ଥାନେ ବିଶାଳ ପୋଷ୍ଟର ଲାଗିଛି । ଯେଉଁଥିରେ ଅପରେସନ୍‌ ସିନ୍ଦୂରର ସଫଳତା କାହାଣୀ ବଖାଣିବା ସହ ସେନାର ପ୍ରଶଂସା କରାଯାଇଛି । ତେବେ ଦୁଇ ଦିନିଆ ଗସ୍ତରେ ବିଭିନ୍ନ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଭୁଜ,ଭଦୋଦରା ଓ ଦାହୋଦକୁ ଶହେ କୋଟିରୁ ଅଧିକ ବଜେଟର ଉପହାର ଦେଇଛନ୍ତି କେନ୍ଦ୍ର ସରକାର ।

Advertisment

ରୋଡ ସୋ’ ଓ ବିଭିନ୍ନ ପରିଯୋଜନାର ଶିଳାନ୍ୟାସ ପରେ ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ୍‌ ସିନ୍ଦୂରର ସଫଳତା କଥା ଗୁଜରାଟ ବାସୀଙ୍କ ଆଗରେ ବଖାଣିଛନ୍ତି । କିଭଳି ପାକିସ୍ତାନ ଭିତରେ ପଶି ଭାରତ ପ୍ରତିଶୋଧ ନେଇଛି ଏନେଇ ସେନାର ପରାକ୍ରମ କଥା ପୁଣି ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ୨୨ ମିନିଟ୍‌ରେ ନିଆଯାଇଛି ଏପ୍ରିଲ ୨୨ର ପ୍ରତିଶୋଧ ।ପାକିସ୍ତାନର କଳ୍ପନାଠୁ ବି ଅଧିକ ଭୟଙ୍କର ଥିଲା ଭାରତର ପ୍ରତିଶୋଧ । କୌଣସି ପରିସ୍ଥିତିରେ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶ ମୋଦୀଙ୍କ ମୁକାବିଲା କରିପାରିନି । ଭାରତୀୟ ସେନାର ପ୍ରଶଂସା କରିବା ସହ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତଙ୍କ ବ୍ୟକ୍ତିଙ୍କ ପତ୍ନୀ,ମା ଓ ଉଉଣୀଙ୍କୁ ସେମାନଙ୍କ ଧୈର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ।