କନକ ବ୍ୟୁରୋ, ଅପରେସନ୍ ସିନ୍ଦୂରରେ ସାମିଲ୍ ହୋଇଥିଲା ସୁଇସାଇଡ୍ ଡ୍ରୋନ୍ । ଭାରତ ପାକିସ୍ତାନର ୯ଟି ଆତଙ୍କୀ ଠିକଣା ଉପରେ ବଡ ଆଟାକ୍ କରିଛି । ଆକାଶ ମାର୍ଗରୁ ଆତଙ୍କୀ ଠିକଣା ଉପରେ ଆକ୍ରମଣ କରିଛି । ଏହି ଏୟାରଷ୍ଟ୍ରାଇକରେ ଅନେକ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଏୟାରଷ୍ଟ୍ରାଇକରେ ଯୁଦ୍ଧ ବିମାନ ସୁଖୋଇ, ମିରାଜ ଫାଟର୍ ଜେଟ୍ ସହ ଭାରତୀୟ ବାୟୁସେନାର ବାହୁବଳୀ କୁହାଯାଉଥିବା ରାଫେଲର ମଧ୍ୟ ବ୍ୟବହାର କରାଯାଇଛି । କିନ୍ତୁ ଏହି ୩ଟି ଫାଇଟର୍ ଜେଟ୍ ବାଦ ବି ଆଉ ଏକ ଅସ୍ତ୍ରର ବ୍ୟବହାର କରାଯାଇଛି । ଯାହାର ନାଁ ହେଉଁ ଏଲ.ଏମ୍.ଏସ୍ ଡ୍ରୋନ୍ ବା ଯାହାକୁ ସୁଇସାଇଡ୍ ଡ୍ରୋନ୍ ବୋଲି ମଧ୍ୟ କୁହାଯାଏ । ଏହି ଡ୍ରୋନ୍ ଲୁଚିକରି ଶତ୍ରୁ ଉପରେ ଆକ୍ରମଣ କରିବାରେ ଦକ୍ଷ ।
ଏଲ.ଏମ୍.ଏସ୍ ଡ୍ରୋନ କଣ ?
ଏଲ.ଏମ୍.ଏସ୍ ଡ୍ରୋର ଅର୍ଥ ଲୋ କଷ୍ଟ ମିନିଏଚର୍ ସ୍ୱାର୍ମ ଡ୍ରୋନ୍ । ଏହା ଏପରି ଏକ ଡ୍ରୋନ୍, ଯେଉଁଥିରେ ଅସ୍ତ୍ରଶସ୍ତ୍ର ଲୋଡେଡ୍ ହୋଇ ରହିଥାଏ । ଶତ୍ରୁ ଉପରେ ଲୁଚି ଲୁଚି ଆକ୍ରମଣ କରିବାରେ ଏହି ଡ୍ରୋନ୍ ଦକ୍ଷତା ହାସଲ କରିଛି । ଶତ୍ରୁକୁ ଖବର ମିଳିବା ପୂର୍ବରୁ ଏହା ଶତ୍ରୁ ଉପରେ ଘାତକ ଆକ୍ରମଣ କରିଦେଇଥାଏ ।
ଏହାକୁ କାହିଁକି କୁହାଯାଏ ସୁଇସାଇଡ୍ ଡ୍ରୋନ୍
ଏହି ଡ୍ରୋନ୍ ଆକାଶରେ ଲମ୍ବା ସମୟ ଧରି ଉଡାଣ ଭରିପାରେ । ଏହି ଡ୍ରୋନ୍ ଆକାଶ ମାର୍ଗରୁ ଟାର୍ଗେଟକୁ ଖୋଜିଥାଏ । ଟାର୍ଗେଟ୍ ମିଳିବା ମାତ୍ରେ ଶତ୍ରୁ ଉପରେ ଭରପୁର ଆକ୍ରମଣ କରିଥାଏ, ଏବଂ ଦରକାର ପଡିଲେ ନିଜକୁ ଶତ୍ରୁ ଉପରେ କ୍ରାସ୍ କରିଦେଇଥାଏ । ଏହି କାରଣରୁ ଏହି ଡ୍ରୋନକୁ ସୁଇସାଇଡ୍ ଡ୍ରୋନ୍ ବୋଲି କୁହାଯାଏ ।
କେମିତି କାମ କରିଥାଏ ଏହି ଡ୍ରୋନ୍
ଏହି ଡ୍ରୋନଗୁଡ଼ିକ ସ୍ୱାର୍ମ ଟେକ୍ନୋଲୋଜି ବ୍ୟବହାର କରନ୍ତି, ଅର୍ଥାତ୍ ଏକାଧିକ ଡ୍ରୋନ ଏକା ସାଙ୍ଗରେ ଆକ୍ରମଣ କରନ୍ତି । ଏହି କୌଶଳ ଶତ୍ରୁ ପକ୍ଷର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଭେଦ କରିବାରେ ପ୍ରଭାବଶାଳୀ । ସ୍ୱାର୍ମ ଡ୍ରୋନଗୁଡ଼ିକ ଏକକାଳୀନ ଭିନ୍ନ ଭିନ୍ନ ଆଙ୍ଗେଲରୁ ଟାର୍ଗେଟ ଉପରେ ଆକ୍ରମଣ କରିପାରିବ, ଯାହା ଫଳରେ ସେମାନେ ରାଡାର ସିଷ୍ଟମ୍, ଅସ୍ତ୍ରଶସ୍ତ୍ର ପ୍ରଣାଳୀ କିମ୍ବା କମାଣ୍ଡ ସେଣ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟକୁ ଆକ୍ରମଣ କରିପାରିବେ ।