ଜାରି ରହିଛି ଅପରେସନ ସିନ୍ଦୂର, ସ୍ପଷ୍ଟ କଲା ଭାରତୀୟ ବାୟୁସେନା

ଜାରି ରହିଛି ଅପରେସନ ସିନ୍ଦୂର । ସ୍ପଷ୍ଟ କଲା ଭାରତୀୟ ବାୟୁସେନା । ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ ।

ସରିନାହିଁ ଅପରେସନ ସିନ୍ଦୂର

ସରିନାହିଁ ଅପରେସନ ସିନ୍ଦୂର Photograph: (kanaknews)

କନକ ବ୍ୟୁରୋ: ଅସ୍ତ୍ରବିରତି ଘୋଷଣା ପରେ ଧୀରେ ଧୀରେ ଶାନ୍ତି ଫେରୁଛି । ହେଲେ ପାକିସ୍ତାନକୁ ସମ୍ପୂର୍ଣ୍ଣ ରୂପେ ଭରସା କରାଯାଇ ପାରିବ ନାହିଁ । କାରଣ ଅସ୍ତ୍ରବିରତି ଘୋଷଣାର କିଛି ଘଂଟା ମଧ୍ୟରେ ପାକିସ୍ତାନ ଏହାର ଉଲ୍ଲଂଘନ କରିଥିଲା । ଆଉ ଏହାର କଡ଼ା ଜବାବ ଦେଇଥିଲା ଭାରତ । ଏସବୁ ଭିତରେ ଅପରେସନ ସିନ୍ଦୂର ଜାରି ରହିଛି ବୋଲି କହି ଶତ୍ରୁ ପକ୍ଷକୁ ଚମକାଇ ଦେଇଛି ଭାରତୀୟ ବାୟୁସେନା । ଏକ୍ସ ଆକାଉଣ୍ଟରେ ବାୟୁସେନା ପୋଷ୍ଟ କରି କହିଛି,ଅପରେସନ ସିନ୍ଦୂରରେ ଦିଆଯାଇଥିବା ଟାସ୍କକୁ ସଫଳତାର ସହ ସଠିକ୍ ଢଙ୍ଗରେ ପୂରା କରିଛି ବାୟୁସେନା । କିନ୍ତୁ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଗୁଜବ ଓ  ବିନା ଯାଞ୍ଚରେ ଖବର ଠାରୁ ଦୂରେଇ ରୁହନ୍ତୁ ।  

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଭାରତୀୟ ସେନାର ପରାକ୍ରମକୁ ପ୍ରଂଶସା କରିବା ସହ ପାକିସ୍ତାନକୁ ନାଲିଆଖି ଦେଖାଇଛନ୍ତି । କହିଛନ୍ତି, ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ରାଜନୈତିକ, ସାମାଜିକ, ରଣନୈତିକ ଇଛାଶକ୍ତିରେ ପ୍ରତୀକ । ତେଣୁ ସୀମାର ଏପଟେ କିମ୍ବା ସେପଟେ ଆଙ୍କବାଦୀଙ୍କୁ ଆଦୌ ବରଦାସ୍ତ କରାଯିବନି । ପାକିସ୍ତାନର ପୁରୁଣା ଅଭ୍ୟାସ ରହିଛି ପଛପଟୁ ଛୁରୀ ମାରିବା । କିନ୍ତୁ ଏଥର ସଜାଗ, ସତର୍କ ଓ ଦମ୍ଭର ସହ ପ୍ରତିଟି ଆକ୍ରମଣର ପ୍ରତିଜବାବ ଦେବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe