କନକ ବ୍ୟୁରୋ: ଅସ୍ତ୍ରବିରତି ଘୋଷଣା ପରେ ଧୀରେ ଧୀରେ ଶାନ୍ତି ଫେରୁଛି । ହେଲେ ପାକିସ୍ତାନକୁ ସମ୍ପୂର୍ଣ୍ଣ ରୂପେ ଭରସା କରାଯାଇ ପାରିବ ନାହିଁ । କାରଣ ଅସ୍ତ୍ରବିରତି ଘୋଷଣାର କିଛି ଘଂଟା ମଧ୍ୟରେ ପାକିସ୍ତାନ ଏହାର ଉଲ୍ଲଂଘନ କରିଥିଲା । ଆଉ ଏହାର କଡ଼ା ଜବାବ ଦେଇଥିଲା ଭାରତ । ଏସବୁ ଭିତରେ ଅପରେସନ ସିନ୍ଦୂର ଜାରି ରହିଛି ବୋଲି କହି ଶତ୍ରୁ ପକ୍ଷକୁ ଚମକାଇ ଦେଇଛି ଭାରତୀୟ ବାୟୁସେନା । ଏକ୍ସ ଆକାଉଣ୍ଟରେ ବାୟୁସେନା ପୋଷ୍ଟ କରି କହିଛି,ଅପରେସନ ସିନ୍ଦୂରରେ ଦିଆଯାଇଥିବା ଟାସ୍କକୁ ସଫଳତାର ସହ ସଠିକ୍ ଢଙ୍ଗରେ ପୂରା କରିଛି ବାୟୁସେନା । କିନ୍ତୁ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଗୁଜବ ଓ ବିନା ଯାଞ୍ଚରେ ଖବର ଠାରୁ ଦୂରେଇ ରୁହନ୍ତୁ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଭାରତୀୟ ସେନାର ପରାକ୍ରମକୁ ପ୍ରଂଶସା କରିବା ସହ ପାକିସ୍ତାନକୁ ନାଲିଆଖି ଦେଖାଇଛନ୍ତି । କହିଛନ୍ତି, ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ରାଜନୈତିକ, ସାମାଜିକ, ରଣନୈତିକ ଇଛାଶକ୍ତିରେ ପ୍ରତୀକ । ତେଣୁ ସୀମାର ଏପଟେ କିମ୍ବା ସେପଟେ ଆଙ୍କବାଦୀଙ୍କୁ ଆଦୌ ବରଦାସ୍ତ କରାଯିବନି । ପାକିସ୍ତାନର ପୁରୁଣା ଅଭ୍ୟାସ ରହିଛି ପଛପଟୁ ଛୁରୀ ମାରିବା । କିନ୍ତୁ ଏଥର ସଜାଗ, ସତର୍କ ଓ ଦମ୍ଭର ସହ ପ୍ରତିଟି ଆକ୍ରମଣର ପ୍ରତିଜବାବ ଦେବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/12/B8J5JeH3AHyXYUckFOrj.jpg)