କନକ ବ୍ୟୁରୋ : ମେ’ ୧୦ ତାରିଖରେ ଅସ୍ତ୍ରବିରତି ଘୋଷଣା ସହ ଅପରେସନ୍ ସିନ୍ଦୂର ଶେଷ ହୋଇନଥିଲା । କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଅସ୍ତ୍ରବିରତି ଘୋଷଣା ପରେ ମଧ୍ୟ କିଛିଦିନ ପର୍ଯ୍ୟନ୍ତ ଅପରେସନ୍ ସିନ୍ଦୂର ଚାଲିଥିଲା । ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଏହି ଖୁଲାସା କରିଛନ୍ତି । ତେବେ ଏହାଠାରୁ ଅଧିକ କିଛି କହିପାରିବେ ନାହିଁ ବୋଲି ସେ କହିଥିଲେ । ଅପରେସନ ସିନ୍ଦୂର ପୁସ୍ତକ ଉନ୍ମୋଚନ ଉତ୍ସବରେ ଜେନେରାଲ ଦ୍ୱିବେଦୀ ଯୋଗ ଦେଇଥିଲେ । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଅପରେସନ ସିନ୍ଦୂରରେ ପାକିସ୍ତାନରେ ବହୁ ଆତଙ୍କୀ ଶିବିର ଧ୍ବଂସ କରିଥିଲା ଭାରତ । ଏହି ସମୟରେ ଭାରତୀୟ ସାମରିକ ଘାଟି ଉପରେ ପାକିସ୍ତାନର ଆକ୍ରମଣକୁ ବିଫଳ କରାଯାଇଥିଲା ।
ସେନାମୁଖ୍ୟଙ୍କ ଖୁଲାସା
ଅସ୍ତ୍ରବିରତି ସହ ସରିନଥିଲା ଅପରେସନ୍ ସିନ୍ଦୂର
ମେ’ ୧୦ ତାରିଖରେ ଅସ୍ତ୍ରବିରତି ଘୋଷଣା
ତା’ପରେ ବି କିଛିଦିନ ଚାଲିଥିଲା ଅପରେସନ୍ ସିନ୍ଦୂର
କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଏପରି ହୋଇଥିଲା
ଅପରେସନ୍ ସିନ୍ଦୂରରେ ପହଲଗାମ୍ ଆକ୍ରମଣର ପ୍ରତିଶୋଧ
ପାକିସ୍ତାନରେ ବହୁ ଆତଙ୍କୀ ଶିବିର ଧ୍ବଂସ କରାଯାଇଥିଲା
ପାକ୍ ଆକ୍ରମଣକୁ କରାଯାଇଥିଲା ବିଫଳ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/06/operation-sindoor-2025-09-06-14-46-47.jpg)