’ଭାରତ ମାପିଚୁପି ଆକ୍ରମଣ କରୁଛି’ , ଏଭଳି କହିଲେ ବିଦେଶ ସଚିବ

Advertisment

ଅପରେସନ୍ ସିନ୍ଦୂର ନେଇ ସୂଚନା ଦେଇଛନ୍ତି ବିଦେଶ ସଚିବ ବିକ୍ରମ ମିସ୍ତ୍ରୀଙ୍କ ସହ ଦୁଇ ମହିଳା ଅଧିକାରୀ । ପ୍ରେସମିଟରେ ସାମିଲ ହୋଇ ଅପରେସନ୍ ସିନ୍ଦୂରର ଅପଡେଟ୍ ଦେଇଛନ୍ତି ବାୟୁସେନା ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଓ  କର୍ଣ୍ଣଲ ସୋଫିଆ କ୍ୟୁରେସି। 

ଅପରେସନ୍ ସିନ୍ଦୂର ନେଇ ସୂଚନା ଦେଇଛନ୍ତି ବିଦେଶ ସଚିବ ବିକ୍ରମ ମିସ୍ତ୍ରୀଙ୍କ ସହ ଦୁଇ ମହିଳା ଅଧିକାରୀ । ପ୍ରେସମିଟରେ ସାମିଲ ହୋଇ ଅପରେସନ୍ ସିନ୍ଦୂରର ଅପଡେଟ୍ ଦେଇଛନ୍ତି ବାୟୁସେନା ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଓ  କର୍ଣ୍ଣଲ ସୋଫିଆ କ୍ୟୁରେସି। 

PressMeet

PressMeet Photograph: (KanakNews)

କନକ ବ୍ୟୁରୋ:  ଅପରେସନ୍ ସିନ୍ଦୂର ନେଇ ସୂଚନା ଦେଇଛନ୍ତି ବିଦେଶ ସଚିବ ବିକ୍ରମ ମିସ୍ତ୍ରୀଙ୍କ ସହ ଦୁଇ ମହିଳା ଅଧିକାରୀ । ପ୍ରେସମିଟରେ ସାମିଲ ହୋଇ ଅପରେସନ୍ ସିନ୍ଦୂରର ଅପଡେଟ୍ ଦେଇଛନ୍ତି ବାୟୁସେନା ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଓ  କର୍ଣ୍ଣଲ ସୋଫିଆ କ୍ୟୁରେସି। 

ଯେତେବେଳେ ସମସ୍ତେ ଶୋଇଥିଲେ ସେତେବେଳେ ଅର୍ଥାତ୍ ମଙ୍ଗଳବାର ରାତି ପାଖାପାଖି ୧ଟା ୫ ମିନିଟରେ ପାକିସ୍ତାନ ଭିତରେ ପଶି ଏୟାରଷ୍ଟ୍ରାଇକ୍ କରିଥିଲା ଭାରତୀୟ ବାୟୁସେନା ।    ପ୍ରେସମିଟ ଆରମ୍ଭରୁ ୨୦୦୧ରେ ହୋଇଥିବା ପାର୍ଲାମେଣ୍ଟ ଆକ୍ରମଣ ସହ ୨୦୦୮ର ମୁମ୍ବାଇ ଆକ୍ରମଣ, ଉରୀ, ପୁଲୱାମାରେ ଆକ୍ରମଣ ଜଡିତ ଭିଡିଓ କ୍ଲିପିଙ୍ଗ ପ୍ରଦର୍ଶିତ ହୋଇଥିଲା। 

ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ କହିଥିଲେ, ପହଲଗାମ ଉପରେ ହୋଇଥିବା ଆକ୍ରମଣର ଜବାବ ଦେବାକୁ ଆରମ୍ଭ ହୋଇଛି ’ଅପରେସନ୍ ସିନ୍ଦୂର’। ଜମ୍ମୁ-କାଶ୍ମୀରରେ ଏହି ଆକ୍ରମଣ ଦେଶର ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ହୋଇଥିଲା  । ଏହି ଆକ୍ରମଣରେ ପାକିସ୍ତାନର ହାତ ଥିବା ଜଣାପଡିବା ପରେ ଆକ୍ସନ ମୋଡକୁ ଆସିଛି  ଭାରତ । ବିକ୍ରମ ମିସ୍ତ୍ରୀ କହିଛନ୍ତି, ପାକିସ୍ତାନ ସାରା ଦୁନିଆରେ ଆତଙ୍କବାଦର ଆଡ୍ଡାସ୍ଥଳ ପାଲଟିଛି । ଆତଙ୍କୀଙ୍କୁ ପାକିସ୍ତାନ ସରକାର ଶରଣ ଦେଇଛି ସେଥିପାଇଁ ସେମାନେ ଅପରାଧ ପାଇଁ ଶାସ୍ତି ପାଇବାରୁ ବଞ୍ଚିଯାଉଛନ୍ତି । ଅତି ପାକିସ୍ତାନ ବିରୋଧରେ ଭାରତର ପ୍ରଥମ ଏୟାରଷ୍ଟ୍ରାଇକ୍ ଅତି ଗୁରୁତ୍ବପୂର୍ଣ୍ଣ ଓ ଖୁବ୍ ମାପିଚୁପି ସହକାରେ ଆକ୍ରମଣ କରାଯାଉଛି । 

ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ସୂଚନା ଦେଇ କହିଛନ୍ତି, ଠୋସ୍ ଇଣ୍ଟେଲିଜେନ୍ସ ତଥ୍ୟ ମିଳିବା ପରେ ଖୁବ୍ ସତର୍କତାର ସହ ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଛି । ପାକିସ୍ତାନ ମୁଜଫରାବାଦରେ ଥିବା ଲସ୍କର ଆତଙ୍କୀ ସଙ୍ଗଠନ ଉପରେ ଆକ୍ରମଣ କରାଯାଇଛି । ଏହିଠାରୁ ହିଁ ଆତଙ୍କୀମାନେ ଟ୍ରେନିଙ୍ଗ ନେଇଥିଲେ । ଆତଙ୍କୀଙ୍କ ମେରୁଦଣ୍ଡ ଭାଙ୍ଗିବାକୁ ଭାରତ ପକ୍ଷରୁ ଏହି  ଅଭିଯାନ ଆରମ୍ଭ ହୋଇଛି । ବରନାଲା କ୍ୟାମ୍ପକୁ ମଧ୍ୟ ଧ୍ବଂସ କରାଯାଇଛି । ସିୟାଲକୋଟ ଓ ମହନୁମା କ୍ୟାମ୍ପକୁ ମଧ୍ୟ ନଷ୍ଟ କରିଦେଇଛି ଭାରତୀୟ ବାୟୁସେନା । ମାତ୍ର ୨୫ ମିନିଟରେ ୯୦ ଆତଙ୍କବୀକୁ ନିପାତ କରିଛି ଭାରତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe