କନକ ବ୍ୟୁରୋ : ସ୍ନାକ୍ସ ବିସ୍କୁଟ ଦୋକାନରେ ମାଆ - ପୁଅ ଚଳାଇଥିଲେ ବେଆଇନ କଫ୍ ସିରପ୍ ବେପାର । ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ଅନୁଗୁଳ NTPC ପୁଲିସ । ଦୋକାନରୁ ଜବତ କଲା ୬୯୭ ବୋତଲ କଫ୍ ସିରପ୍ । NDPS ଆକ୍ଟ ଅନୁସାରେ ଉଭୟଙ୍କୁ ଗିରଫ କରିଛି ପୁଲିସ । କଟକ ଖୁଣ୍ଟୁଣିରୁ ଏ ବେଆଇନ କଫ୍ ସିରପ୍ ଅଣାଯାଇଥିବା ସ୍ବୀକାର କରିଛନ୍ତି ଅଭିଯୁକ୍ତ । ପୁଲିସ ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ଅପରେସନ ପ୍ରହାର ଅଧୀନରେ ଅନୁଗୁଳ ପୁଲିସର ନିଶା ବେପାରୀଙ୍କ ଉପରେ ଚଢ଼ାଉ ଜାରି ରହିଛି । ସୂଚନା ଅନୁସାରେ, ଲାଇସେନ୍ସ ନଥାଇ ବେଆଇନ ଭାବେ ଗଡ଼ଶିଳା ଗାଁର ସିପୁନ ବାରିକ ଓ ତାଙ୍କ ମାଆ ବିସ୍କୁଟ ଦୋକାନରେ କଫ୍ ସିରପ୍ ରଖି ବେପାର ଚଳାଇଥିବା ଖବର ପାଇ ଆଜି ସନ୍ଧ୍ୟାରେ ପୁଲିସ ଚଢ଼ାଉ କରି ସେମାନଙ୍କଠାରୁ ଏ କଫ୍ ସିରପ୍ ଜବତ କରିଛି ।
ଅନୁଗୁଳରେ ଅପରେସନ ପ୍ରହାର : ବିସ୍କୁଟ ଦୋକାନରେ ଚାଲିଥିଲା ବେଆଇନ କଫ୍ ସିରପ୍ ବେପାର
ମାଆ - ପୁଅ ଚଳାଇଥିଲେ ବେଆଇନ କଫ୍ ସିରପ୍ ବେପାର । ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ଅନୁଗୁଳ NTPC ପୁଲିସ । ଦୋକାନରୁ ଜବତ କଲା ୬୯୭ ବୋତଲ କଫ୍ ସିରପ୍ ।
/kanak/media/media_files/2025/09/29/cough-2025-09-29-08-59-27.jpg)