ମଡେଲ୍ ହସ୍ପିଟାଲ୍ ନା ମରଣଯନ୍ତା? ମୋବାଇଲ୍ ଲାଇଟରେ ଚାଲିଛି ଚିକିତ୍ସା

Advertisment

ଅନ୍ଧାରି ବିଜେ ତ ଶୁଣିଥିବେ, ହେଲେ ଏବେ ଅନ୍ଧାରି ଚିକିତ୍ସାର ବିକଳ ଚିତ୍ର ଭାଇରାଲ୍ ହେବାରେ ଲାଗିଛି ।  ବଲିଉଡ ଫିଲ୍ମ ବତି ଗୁଲ୍ ମିଟର ଚାଲୁ ଭଳି ଏବେ ମଡେଲ ହସ୍ପିଟାଲରେ ବତି ଗୁଲ୍ ଅପରେସନ୍ ଚାଲୁଥିବାର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି ।

Updated On

ଅନ୍ଧାରି ବିଜେ ତ ଶୁଣିଥିବେ, ହେଲେ ଏବେ ଅନ୍ଧାରି ଚିକିତ୍ସାର ବିକଳ ଚିତ୍ର ଭାଇରାଲ୍ ହେବାରେ ଲାଗିଛି ।  ବଲିଉଡ ଫିଲ୍ମ ବତି ଗୁଲ୍ ମିଟର ଚାଲୁ ଭଳି ଏବେ ମଡେଲ ହସ୍ପିଟାଲରେ ବତି ଗୁଲ୍ ଅପରେସନ୍ ଚାଲୁଥିବାର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି ।

ଅଦ୍ୟତନ ହୋଇଛି
gopalganj hospital

gopalganj hospital Photograph: (KANAK NEWS)

କନକ ବ୍ୟୁରୋ: ଅନ୍ଧାରି ବିଜେ ତ ଶୁଣିଥିବେ, ହେଲେ ଏବେ ଅନ୍ଧାରି ଚିକିତ୍ସାର ବିକଳ ଚିତ୍ର ଭାଇରାଲ୍ ହେବାରେ ଲାଗିଛି ।  ବଲିଉଡ ଫିଲ୍ମ ବତି ଗୁଲ୍ ମିଟର ଚାଲୁ ଭଳି ଏବେ ମଡେଲ ହସ୍ପିଟାଲରେ ବତି ଗୁଲ୍ ଅପରେସନ୍ ଚାଲୁଥିବାର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି ।

ଏ ହେଉଛି ମଡେଲ୍ ହସ୍ପିଟାଲର ଭିଡିଓ । ୪ ମିନିଟ ୨୨ ସେକେଣ୍ଡର ଏ ଭିଡିଓ ଆମ ସ୍ବାସ୍ଥ୍ୟସେବାର ବିକଳ ଦୃଶ୍ୟକୁ ପଦାରେ ପକାଇଦେଇଛି । ଚିକିତ୍ସା ନାଁରେ କେମିତି ସାଙ୍ଘାତିକ ଖେଳ ଚାଲିଛି ତାର ସିଧା ପ୍ରମାଣ ହେଉଛି ଏହି କବର । ରୋଗୀ ଧରିଛନ୍ତି ଟର୍ଚ୍ଚ, ସମ୍ପର୍କୀୟଙ୍କ ହାତରେ ମୋବାଇଲର ଫ୍ଲାସ୍ ଲାଇଟ୍ । ଆଉ ମୁହଁ ଦିଶୁନଥିଲେ ବି, ଟର୍ଚ୍ଚ ମାରି ନିଜକୁ ଖୋଜୁଛନ୍ତି ଡାକ୍ତର । ସାଲାଇନ୍ କେଉଁଠି ଆଉ ମେଡିସିନ୍ କେଉଁଠି କାହାକୁ ବି ଜଣାନାହିଁ । ତେବେ ଲାଇନ୍ କଟିଯିବା ପରେ ଏଭଳି ଦୟନୀୟ ସ୍ଥିତିରେ ଗତି କରୁଛି ମଡେଲ ହସ୍ପିଟାଲ୍ ।

ବିହାରର ଗୋପାଳଗଞ୍ଜରେ ଥିବା ମଡେଲ ସଦର ହସ୍ପିଟାଲରୁ ଆସିଛି ଏଭଳି ଖବର । ଆଉ ଏହି ହସ୍ପିଟାଲ ନିଜେ ଅସୁସ୍ଥ ଏବଂ ଚିକିତ୍ସା ଖୋଜୁଛି । ହସ୍ପିଟାଲଟି ବିଳାସପୂର୍ଣ୍ଣ ଏବଂ ରୋଗୀଙ୍କ ସୁବିଧା ପାଇଁ ଦାମୀ ଓ ଅତ୍ୟାଧୁନିକ ମେସିନ ବି ଲାଗିଛି । ତଥାପି ଏହି ମଡେଲ ହସ୍ପିଟାଲରେ ବାରମ୍ବାର ପାୱାର କଟ୍ ହେଉଛି । ଯାହା ଡାକ୍ତରମାନଙ୍କୁ ଅନ୍ଧାରରେ ରୋଗୀଙ୍କ ଚିକିତ୍ସା କରିବାକୁ ବାଧ୍ୟ କରୁଛି ।

ଆହୁରି ପଢ଼ନ୍ତୁ : ପ୍ରଦୂଷଣ ସାଙ୍ଗକୁ ଦିଲ୍ଲୀରେ କଲବଲ କରୁଛି ଘନ କୁକୁଡ଼ି : ଉଡ଼ି ପାରୁନି ବିମାନ

ଖାଲି ଏତିକି ନୁହେଁ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ରୋଗୀମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଦ୍ୟୁତ୍ କାଟ ଯୋଗୁଁ ହସ୍ପିଟାଲର ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ଏବଂ ରୋଗୀ ଓ ତାଙ୍କ ସମ୍ପର୍କୀୟ ଚିକିତ୍ସା ସେବା ପାଇଁ ନାକେଦମ ହୋଇଛନ୍ତି । କାରଣ ବିଦ୍ୟୁତ୍ କାଟ ହୋଇଗଲେ, ଜରୁରୀକାଳୀନ ୱାର୍ଡରୁ ମହିଳା ୱାର୍ଡ, ମେଡିସିନ୍ ୱାର୍ଡରୁ ଶିଶୁ ୱାର୍ଡ ସବୁଠି ଦୟନୀୟ ସ୍ଥିତି ଦେଖିବାକୁ ମିଳେ । ଏତେ ବଡ଼ ମଡେଲ ହସ୍ପିଟାଲରେ ଜେନେରେଟର ସଂଯୋଗର ଅଭାବ ଏବଂ ବିକଳ୍ପ ବିଦ୍ୟୁତ୍ ଯୋଗାଣର ଅଭାବ ଯୋଗୁଁ ଦେଖିବାକୁ ମିଳିଛି ଅନ୍ଧାରୀ ଚିକିତ୍ସା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe