କନକ ବ୍ୟୁରୋ: ଅନ୍ଧାରି ବିଜେ ତ ଶୁଣିଥିବେ, ହେଲେ ଏବେ ଅନ୍ଧାରି ଚିକିତ୍ସାର ବିକଳ ଚିତ୍ର ଭାଇରାଲ୍ ହେବାରେ ଲାଗିଛି । ବଲିଉଡ ଫିଲ୍ମ ବତି ଗୁଲ୍ ମିଟର ଚାଲୁ ଭଳି ଏବେ ମଡେଲ ହସ୍ପିଟାଲରେ ବତି ଗୁଲ୍ ଅପରେସନ୍ ଚାଲୁଥିବାର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି ।
बिहार: #गोपालगंज मॉडल सदर अस्पताल को इन दिनों 'इलाज' की जरूरत। अभी तक बिजली की मुकम्मल व्यवस्था नहीं। अस्पताल में आए दिन बत्ती हो जाती है गुल। बिजली के चले जाने से मरीजों का इलाज अंधेरे में करने को डॉक्टर मजबूर। देखिए वीडियो#Gopalganj#NBTBihar#BiharNewspic.twitter.com/WKNx2GxwR4
— NBT Bihar (@NBTBihar) December 22, 2025
ଏ ହେଉଛି ମଡେଲ୍ ହସ୍ପିଟାଲର ଭିଡିଓ । ୪ ମିନିଟ ୨୨ ସେକେଣ୍ଡର ଏ ଭିଡିଓ ଆମ ସ୍ବାସ୍ଥ୍ୟସେବାର ବିକଳ ଦୃଶ୍ୟକୁ ପଦାରେ ପକାଇଦେଇଛି । ଚିକିତ୍ସା ନାଁରେ କେମିତି ସାଙ୍ଘାତିକ ଖେଳ ଚାଲିଛି ତାର ସିଧା ପ୍ରମାଣ ହେଉଛି ଏହି କବର । ରୋଗୀ ଧରିଛନ୍ତି ଟର୍ଚ୍ଚ, ସମ୍ପର୍କୀୟଙ୍କ ହାତରେ ମୋବାଇଲର ଫ୍ଲାସ୍ ଲାଇଟ୍ । ଆଉ ମୁହଁ ଦିଶୁନଥିଲେ ବି, ଟର୍ଚ୍ଚ ମାରି ନିଜକୁ ଖୋଜୁଛନ୍ତି ଡାକ୍ତର । ସାଲାଇନ୍ କେଉଁଠି ଆଉ ମେଡିସିନ୍ କେଉଁଠି କାହାକୁ ବି ଜଣାନାହିଁ । ତେବେ ଲାଇନ୍ କଟିଯିବା ପରେ ଏଭଳି ଦୟନୀୟ ସ୍ଥିତିରେ ଗତି କରୁଛି ମଡେଲ ହସ୍ପିଟାଲ୍ ।
ବିହାରର ଗୋପାଳଗଞ୍ଜରେ ଥିବା ମଡେଲ ସଦର ହସ୍ପିଟାଲରୁ ଆସିଛି ଏଭଳି ଖବର । ଆଉ ଏହି ହସ୍ପିଟାଲ ନିଜେ ଅସୁସ୍ଥ ଏବଂ ଚିକିତ୍ସା ଖୋଜୁଛି । ହସ୍ପିଟାଲଟି ବିଳାସପୂର୍ଣ୍ଣ ଏବଂ ରୋଗୀଙ୍କ ସୁବିଧା ପାଇଁ ଦାମୀ ଓ ଅତ୍ୟାଧୁନିକ ମେସିନ ବି ଲାଗିଛି । ତଥାପି ଏହି ମଡେଲ ହସ୍ପିଟାଲରେ ବାରମ୍ବାର ପାୱାର କଟ୍ ହେଉଛି । ଯାହା ଡାକ୍ତରମାନଙ୍କୁ ଅନ୍ଧାରରେ ରୋଗୀଙ୍କ ଚିକିତ୍ସା କରିବାକୁ ବାଧ୍ୟ କରୁଛି ।
ଆହୁରି ପଢ଼ନ୍ତୁ : ପ୍ରଦୂଷଣ ସାଙ୍ଗକୁ ଦିଲ୍ଲୀରେ କଲବଲ କରୁଛି ଘନ କୁକୁଡ଼ି : ଉଡ଼ି ପାରୁନି ବିମାନ
ଖାଲି ଏତିକି ନୁହେଁ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ରୋଗୀମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଦ୍ୟୁତ୍ କାଟ ଯୋଗୁଁ ହସ୍ପିଟାଲର ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ଏବଂ ରୋଗୀ ଓ ତାଙ୍କ ସମ୍ପର୍କୀୟ ଚିକିତ୍ସା ସେବା ପାଇଁ ନାକେଦମ ହୋଇଛନ୍ତି । କାରଣ ବିଦ୍ୟୁତ୍ କାଟ ହୋଇଗଲେ, ଜରୁରୀକାଳୀନ ୱାର୍ଡରୁ ମହିଳା ୱାର୍ଡ, ମେଡିସିନ୍ ୱାର୍ଡରୁ ଶିଶୁ ୱାର୍ଡ ସବୁଠି ଦୟନୀୟ ସ୍ଥିତି ଦେଖିବାକୁ ମିଳେ । ଏତେ ବଡ଼ ମଡେଲ ହସ୍ପିଟାଲରେ ଜେନେରେଟର ସଂଯୋଗର ଅଭାବ ଏବଂ ବିକଳ୍ପ ବିଦ୍ୟୁତ୍ ଯୋଗାଣର ଅଭାବ ଯୋଗୁଁ ଦେଖିବାକୁ ମିଳିଛି ଅନ୍ଧାରୀ ଚିକିତ୍ସା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/22/gopalganj-hospital-2025-12-22-15-19-11.webp)