ଅପରେସନ ଗ୍ରୀନ କ୍ଲିନ୍ : ୪୯ ଏକର ଜମିରେ ୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

Advertisment

ଅପରେସନ ଗ୍ରୀନ କ୍ଲିନ୍ ଜରିଆରେ ବୈପାରିଗୁଡା ଅବକାରୀ ଏବଂ ପୁଲିସ ମିଳିତ ଭାବେ ବଡ଼ଧରଣର ଚଢ଼ଉ କରାଯାଇ ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

ଅପରେସନ ଗ୍ରୀନ କ୍ଲିନ୍ ଜରିଆରେ ବୈପାରିଗୁଡା ଅବକାରୀ ଏବଂ ପୁଲିସ ମିଳିତ ଭାବେ ବଡ଼ଧରଣର ଚଢ଼ଉ କରାଯାଇ ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

1

Photograph: (kanaknews)

କନକବ୍ୟୁରୋ : ଅପରେସନ ଗ୍ରୀନ କ୍ଲିନ୍ ଜରିଆରେ ବୈପାରିଗୁଡା ଅବକାରୀ ଏବଂ ପୁଲିସ ମିଳିତ ଭାବେ ବଡ଼ଧରଣର ଚଢ଼ଉ କରାଯାଇ ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।  ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିବା ବୈପାରିଗୁଡା ଥାନା ଅଧିନସ୍ଥ ଜି. ମାଝିଗୁଡା ପଞ୍ଚାୟତର ଘୋଡାବେଡା ଗ୍ରାମର ଜଙ୍ଗଲ ଭିତରେ ବେଆଇନ ଭାବେ ହୋଇଥିବା ୪୯ ଏକର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି ।

ନୃଶଂସ ମାମୁର ଜଘନ୍ୟ କାଣ୍ଡ : ସାମାନ୍ୟ ବଚସାକୁ ନେଇ ଭଣଜାକୁ ଭୁଜାଲିରେ କଲା ହତ୍ୟା

 ନନ୍ଦପୁର ଅବକାରୀ ଇନ୍ସପେକ୍ଟର ସୁଧିର କୁମାର ସାହୁ ଏବଂ ବୈପାରିଗୁଡା ଥାନା ଏସ୍ଆଇ ଧିରେନ୍ଦ୍ର ବାରିକଙ୍କ ନେତୃତ୍ୱରେ ରାଜସ୍ବ ବିଭାଗ ଏବଂ ବନବିଭାଗ ସହାୟତାରେ ଏକ ଟିମ୍ ଗଠନ କରାଯାଇ ଚଢ଼ଉ  କରାଯାଇଥିଲା ।  ଘୋଡାବେଡା ଜଙ୍ଗଲ ନିକଟରେ ଲାଗିଥିବା ୪୯ ଏକର ଜମିରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।  

ଅବକାରୀ ବିଭାଗ ଦ୍ଵାରା ୨୫ ଏକରରୁ ୩୦ ହଜାର ଗଛ ନଷ୍ଟ କରିବା ସହ ନିଆଁରେ ପୋଡ଼ି ଦିଆଯାଇଥିବା ବେଳେ ବୈପାରିଗୁଡା ପୁଲିସ ୨୪ ଏକର ଗଞ୍ଜେଇ ଚାଷକୁ ନଷ୍ଟ କରିଛି ।  ୨୪ ଏକର ଜମିରେ ୨୮ ହଜାର ୮ ଶହ ଗଞ୍ଜେଇ ଗଛ କାଟିବା ସହ ପୋଡ଼ି ନଷ୍ଟ କରାଯାଇଛି  ।   ସମୁଦାୟ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଏବଂ ପୁଲିସ  ।

ବୈପାରିଗୁଡା ବ୍ଲକର ଅଧିକାଂଶ ଅଞ୍ଚଳ ଦୁର୍ଗମ ତଥା ପୂର୍ବରୁ ମାଓପ୍ରବଣ ଥିବାରୁ ଗଞ୍ଜେଇ ଚାଷ କରାଯାଉଥିବା ଜଣାପଡିଛି ।  ଏହି ଗଞ୍ଜେଇ ଚାଷକୁ ନଷ୍ଟ କରିବା ପାଇଁ ଗ୍ରୀନ କ୍ଲିନ୍ ଅଭିଯାନ ଚାଲୁ ରହିବ ବୋଲି ଅବକାରୀ ଏବଂ ପୁଲିସ ବିଭାଗ ପ୍ରକାଶ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe