କନକ ବ୍ୟୁରୋ: ବୈପାରୀଗୁଡାରେ ଆରମ୍ଭ ହେଲା ଅପରେସନ ଗ୍ରୀନ୍ କ୍ଲିନ୍ । ନଷ୍ଟ ହେଲା ୨୩ ଏକର ଗଞ୍ଜେଇ ଚାଷ। ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ । କୋରାପୁଟ ବୈପାରୀଗୁଡା ବ୍ଲକ ଜି. ମାଝୀଗୁଡା ପଞ୍ଚାୟତର କଟ୍ରାଗୁଡା, ବାଉଁଶିଆଗୁଡା ଏବଂ ଭାଟିପଡା ଅଞ୍ଚଳରେ ବେଆଇନ ଭାବେ ୨୩ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି।
ପୁଲିସ ଚଢ଼ଉ କରି ୨୨ ହଜାର ୩ ଶହ ଗଞ୍ଜେଇ ଗଛକୁ ପୋଡ଼ି ନଷ୍ଟ କରିଛି। ବ୍ୟାପକ ପରିମାଣର ଗଞ୍ଜେଇ ଚାଷ କରାଯାଉଥିବା ନେଇ ଖବର ପାଇଥିଲା ପୋଲିସ। ଜୟପୁର ଏସଡିପିଓଙ୍କ ସହ ବୈପାରିଗୁଡା ଆଇଆଇସି ଏବଂ ଡିଭିଏଫ୍ ଟିମ୍ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ତିନି ଖଣ୍ଡ ଗାଁର ଆଖପାଖ ପାହାଡ଼ର ପ୍ରାୟ ୨୩ ଏକର ଜମିରେ ବେଆଇନ ଭାବେ ଲଗାଯାଇଥିବା ୨୨ ହଜାର ୩ ଶହ ଗଞ୍ଜେଇ ଗଛକୁ ପୋଡ଼ି ନଷ୍ଟ କରିଦିଆଯାଇଛି।
ବ୍ଲକର ଅଧିକାଂଶ ଅଞ୍ଚଳ ଦୁର୍ଗମ ତଥା ମାଓପ୍ରବଣ ହୋଇଥିବାରୁ ଗଞ୍ଜେଇ ଚାଷ କରାଯାଉଛି। ଏହି ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ଗ୍ରୀନ୍ କ୍ଲିନ୍ ଅଭିଯାନ ଚାଲୁ ରହିବ ବୋଲି ବୈପାରୀଗୁଡା ଆଇଆଇସି ଦୀପାଞ୍ଜଳି ପ୍ରଧାନ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/19/Wodp1IRUDWDm71GOP49N.jpg)