Photograph: (KANAKNEWS)
କନକବ୍ୟୁରୋ : ଗଞ୍ଜେଇ ମାଫିଆଙ୍କୁ ନିସ୍ତାର ନାହିଁ । କନ୍ଧମାଳ ଜିଲ୍ଲାରୁ ଜବତ ହୋଇଛି ୨ କୁଇଣ୍ଟାଲ ୬୦ କେଜି ଗଞ୍ଜେଇ। ଗିରଫ ହୋଇଛନ୍ତି ୭ ଜଣ ଅଭିଯୁକ୍ତ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ଚଢାଉ କରି ପ୍ରାୟ ୧୫ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଜବତ କରିଛି ।
ଅଧିକ ପଢନ୍ତୁ... ବସନ୍ତ ପଞ୍ଚମୀରେ କାହିଁକି ପୂଜା ପାଆନ୍ତି ମା’? କଣ ରହିଛି ପୌରାଣିକ କଥା
ବାଲିଗୁଡ଼ା, କ. ନୂଆଗାଁ ଓ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ ଗୋଟିଏ ଦିନରେ ୨୬୦ କେଜି ବେଆଇନ୍ ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ୭ ଜଣ ଗଞ୍ଜେଇ ମାଫିଆଙ୍କୁ ବାନ୍ଧିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ୪ଜଣ ମଧ୍ୟପ୍ରଦେଶର। ସେମାନେ ବାଲିଗୁଡ଼ା ଅଞ୍ଚଳରୁ ମଧ୍ୟପ୍ରଦେଶକୁ ୪୦ କେଜି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ମାଡ଼ିବସିଥିଲା । ସେମାନଙ୍କଠାରୁ ଗୋଟିଏ ଅଟୋ, ଗୋଟିଏ ବାଇକ୍ ଓ ଗୋଟିଏ କାର୍ ଜବତ କରାଯାଇଛି ।
Follow Us