Photograph: (kanaknews)
କନକବ୍ୟୁରୋ : ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ପୋଲିସ ପକ୍ଷରୁ ସାରା ରାଜ୍ୟରେ ଚାଲିଛି ‘ଅପରେସନ ସାଇବର କବଚ’ । ପୁଲିସ ଡିଜି ୱାଇ.ବି. ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍.ପି. ଓ ଡିସିପି ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ ବା ବେନାମୀ ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୩୨ ହଜାର ୯୩୨ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି ।
ଅଧିକ ପଢନ୍ତୁ.... ସଂସଦ ବଜେଟ୍ ଅଧିବେଶନ : ବାଚସ୍ପତିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ହୋଇପାରେ ଆଲୋଚନା
ଅପରେସନ୍ ସାଇବର କବଚ
ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ ବା ବେନାମୀ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ
ସମଗ୍ର ରାଜ୍ୟରେ ମୋଟ ୩୨ ହଜାର ୯୩୨ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ
ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୧୦୯୬ଟି ସାଇବର ମାମଲା ରୁଜୁ
ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୩୪ ମାମଲା
ଚେକ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୩୬ ମାମଲା ରୁଜୁ
ଏପର୍ଯ୍ୟନ୍ତ ୩୩୧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି
ପୁରୀ ଜିଲ୍ଲା ପୋଲିସ ୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି
ସୁନ୍ଦରଗଡ଼ ଜିଲ୍ଲା ପୋଲିସ ୧୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି
ଜଣଙ୍କୁ ଆଇନଗତ ନୋଟିସ୍ ଜାରି ହୋଇଛି
ରାଉରକେଲା ପୋଲିସ ୧୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି
କଟକ ଜିଲ୍ଲା ପୋଲିସ ୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି
ନୟାଗଡ଼ ଜିଲ୍ଲା ପୋଲିସ ୧୪ଜଣଙ୍କୁ ନୋଟିସ୍ ଜାରି କରିଛି
ଡିଜିଟାଲ କାରବାରର ସୁରକ୍ଷା ପାଇଁ ଅପରେସନ୍ ସାଇବର କବଚ
Follow Us