ଖଣ୍ଡଗିରିରେ ଯାତ୍ରା ମହାସମର ; କଳାକାରଙ୍କ ଡାଇଲଗରେ କମ୍ପିଲା ଅପେରା ମଞ୍ଚ

ଖଣ୍ଡଗିରି କୁମ୍ଭମେଳାରେ ଆରମ୍ଭ ହେଲା ଯାତ୍ରା ମହାସମର। କଳାକାରଙ୍କ ଦମଦାର ଡାଇଲଗରେ କମ୍ପିଲା ଅପେରା ମଞ୍ଚ । ପ୍ରଥମ ରାତିରେ ଅଭିନୟର ଯାଦୁରେ ଜଲୱା ଦେଖାଇଲେ ଅଭିନେତ୍ରୀ ରାଣୀ ପଣ୍ଡା ।

Khandagiri--

Khandagiri-- Photograph: (kanakNews)

କନକ ବ୍ୟୁରୋ: ଖଣ୍ଡଗିରି କୁମ୍ଭମେଳାରେ ଆରମ୍ଭ ହେଲା ଯାତ୍ରା ମହାକୁମ୍ଭ । ଏଥର ଖଣ୍ଡଗିରିରେ ମୋଟ୍ ୬ଟି ପେଣ୍ଡାଲରେ ୧୩ଟି ଅନୁଷ୍ଠାନ ନିଜର ଜଲୱା ଦେଖାଇବେ। ପ୍ରଥମ ପର୍ୟ୍ୟାୟରେ ଗୁରୁବାର ରାତିରେ ୩ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ପେଣ୍ଡାଲରେ ଦୁଇ ହଜାରରୁ ତିନି ହଜାର ଦର୍ଶକ ବସିବା ବ୍ୟବସ୍ଥା କରାଯାଇଛି। ସାଧାରଣ ବର୍ଗର ଟିକଟ ମୂଲ୍ୟ ୨୦୦ ଟଙ୍କା ରଖାଯାଇଥିବା ବେଳେ ସ୍ୱତନ୍ତ୍ର ବର୍ଗର ଟିକଟ୍‌ର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି ।  ଅଶ୍ଳୀଳତାକୁ ନେଇ ଯେଉଁଭଳି ଚର୍ଚ୍ଚାଆଲୋଚନା ରହିଥିଲା, ବାସ୍ତବରେ ପ୍ରଥମ ଦିନ ସେମିତି କୌଣସି ଆଶ୍ଳୀଳତା ଦେଖିବାକୁ ମିଳିନାହିଁ । ସୁରକ୍ଷାକୁ ନଜରରେ ରଖି ପ୍ରତିଟି ଯାତ୍ରା ପେଣ୍ଡାଲରେ ନିକଟରେ ଉପସ୍ଥିତ ଥିଲେ ପୋଲିସ କର୍ମଚାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe