କନକବ୍ୟୁରୋ : ବିଜେଡି ନେତା ରାଜା ଚକ୍ରଙ୍କ ୧୦ଟି ଠିକଣାରେ ରେଡ୍ । ଏସ୍ଟିଏଫ୍ ଓ ଇଓଡବ୍ଲୁ ପକ୍ଷରୁ ରେଡ୍ କରାଯାଉଛି। ଖୋଲୁଛି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ- ଅପରେଟିଭ ସୋସାଇଟି କେଳେଙ୍କାରୀର ଗୁମର I
ମାଇନିଂ କାମ କରିବାରେ କେମିତି ହୋଇଥିଲା ଦୁର୍ନୀତି ? ତାର ପେଡି ଖୋଲୁଛି କ୍ରାଇମବ୍ରାଞ୍ଚ । କେନ୍ଦୁଝର ରାଜା ଚକ୍ରର ଅଚଳା ଚଳ ସମ୍ପତିକୁ ନେଇ ୧୦ଟି ସ୍ଥାନରେ ରେଡ ଜାରି ରହିଛି । ରେଡ ପାଇଁ EOW ଓ STF କରୁଛି ଜଏଣ୍ଟ ରେଡ I ପଲିଟିକାଲ ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ସୁରାକ I
ଜାଲ କାଗଜପତ୍ର ଦେଇ OMC ରୁ କାମ ହାତେଇଥିବା ଏହି ସଂସ୍ଥାରେ ମେମ୍ବର ନଥାଇ ବି କେମିତି ଆତ୍ମସାତ କଲେ କୋଟି କୋଟି ? ସେନେଇ ଚାଲିଛି ତଥ୍ୟ ପ୍ରମାଣ ଯୋଗାଡ଼ । ଏସମ୍ପର୍କରେ OMC କୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ । କେନ୍ଦୁଝର ଜିଲ୍ଲା ଶୁଆ କାଟି ସ୍ଥିତ ଓଏମ୍ସି ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା ।
ହେଲେ ପୂର୍ବ ସରକାର ଏଥିପ୍ରତି କର୍ଣ୍ଣପାତ ମଧ୍ୟ କରୁ ନ ଥିଲେ । ସରକାର ବଦଳିବା ପରେ ଏହି ଅଭିଯୋଗ ଆଧାରରେ ଇଓଡବ୍ଲୁ କେଶଟିକୁ ନିଜ ହାତକୁ ନେଇଛି। ରାଜନୈତିକ ଆଧିପତ୍ୟ ଦେଖାଇ କୋଟି କୋଟି ଟଙ୍କାର ଖଣି ହରିଲୁଟ୍ ହେଉଥିବା ଅଭିଯୋଗ କରିଛନ୍ତି, କେନ୍ଦୁଝର ଶୁଆକାଟି ଓଏମ୍ସି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ସଦସ୍ୟମାନେ ।