ମେଜରଙ୍କ ବାନ୍ଧବୀଙ୍କୁ ବର୍ବୋରଚିତ ଆକ୍ରମଣ ଘଟଣା: ପୁଲିସ ଥାର୍ଡ ଡିଗ୍ରୀର ଖୋଲିଲା ପୋଲ

ଭୁବନେଶ୍ୱର ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ବର୍ବରୋଚିତ ଆକ୍ରମଣ ଘଟଣାର ଖୋଲିଛି ପୋଲ । ଭରତପୁର ଥାନାରେ ଯେଉଁ ଘଟଣା ଘଟିଥିଲା, କିଭଳି ଭାବେ ମେଜରଙ୍କ ବାନ୍ଧବୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ ତାର କିଛି ଫଟୋ ସାମ୍ନାକୁ ଆସିଛି।

scs

କନକ ବ୍ୟୁରୋ: ଭୁବନେଶ୍ୱର ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ବର୍ବରୋଚିତ ଆକ୍ରମଣ ଘଟଣାର ଖୋଲିଛି ପୋଲ । ଭରତପୁର ଥାନାରେ ଯେଉଁ ଘଟଣା ଘଟିଥିଲା, କିଭଳି ଭାବେ ମେଜରଙ୍କ ବାନ୍ଧବୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ ତାର କିଛି ଫଟୋ ସାମ୍ନାକୁ ଆସିଛି। ଜଣେ ସେନା ଅଧିକାରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଚନ୍ତି ଯେ, ପୋଲିସ ଥାର୍ଡ ଡିଗ୍ରୀ କରି କେମିତି ମାଡ଼ ମାରିଛି। ଯୁବତୀଙ୍କ ଶରୀରରେ ରହିଛି ଏକାଧିକ ଆଘାତ । ଦାନ୍ତ ଭାଙ୍ଗିଯାଇଥିବା ସହ ଜ ଲାଇନ୍‌ ଡିସଲୋକେଟ ହୋଇଥିବା ଅଭିଯୋଗ କରିଛନ୍ତି ଆହତ ଯୁବତୀଙ୍କ ବାପା । ସେପଟେ  ଏହି ମାମଲାରେ ମେଜରଙ୍କ ବାନ୍ଧବୀଙ୍କୁ ଜାମିନ ମିଳିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ପୋଲିସର ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । 

ସେପଟେ ଭରତପୁର ଥାନାରେ ଆର୍ମି ମେଜର୍‌ ଗୁରୁୱନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ବଡ଼ କାର୍ୟ୍ୟାନୁଷ୍ଠାନ। ଥାନାର ପୂର୍ବତନ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି। ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ସବ୍ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ମହିଳା ଏଏସ୍ଆଇ ସଲୀଳମୟୀ ସାହୁ ଓ ସାଗରିକା ରଥଙ୍କୁ ନିଲମ୍ବନ କରାଯାଇଛି। ସେହିପରି କନ୍‌ଷ୍ଟେବଳ ବଳରାମ ହାଁସଦାଙ୍କୁ ମଧ୍ୟ ସସ୍‌ପେଣ୍ଡ କରିଛନ୍ତି ଡିଜିପି। କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ପରେ ଡିଜିପି ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତକାଲି ଦୀନକୃଷ୍ଣ ମିଶ୍ର, ଏଏସ୍ଆଇ ସଲୀଳମୟୀ ସାହୁ ଓ ବଳରାମ ହାଁସଦାଙ୍କୁ ବଦଳି କରାଯାଇଥିଲା। କମିଶନରେଟ୍ ପୋଲିସ ମୁଖ୍ୟାଳୟରେ କାର୍ୟ୍ୟରତ ଇନ୍‌ସ୍ପେକ୍ଟର ଦୀପକ ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ। ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏକ ଟିମ ଭରତପୁର ଥାନାରେ ପହଞ୍ଚି ପୁଲିସ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe