କନକ ବ୍ୟୁରୋ : ରାଜ୍ୟ ସରକାର ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ବିଭିନ୍ନ ଯୋଜନା ମାନ କରି ବାଃ ବାଃ ନେଉଛନ୍ତି। କିନ୍ତୁ ବାସ୍ତବତା କଳ୍ପନା ଠାରୁ ଯନ୍ତ୍ରଣାଦାୟକ। କେଉଁଠି ଖୋଲା କୂଅ ଭରସାରେ ଲୋକ ବଞ୍ଚୁଛନ୍ତି। ଆଉ କେଉଁଠି ଦୂଷିତ ପୋଖରୀ ଜଳହିଁ ଏକମାତ୍ର ଭରସା। ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି। 

Advertisment

ଉଦଳା ବ୍ଲକ ପାଟଶାଣିପୁର ପଞ୍ଚାୟତ ଅମ୍ବିକାଦେଇପୁର ରିଆଳଦା ଗାଁର। ଗାଁରେ ୪୫ରୁ ଅଧିକ ପରିବାର ପାଇଁ ଗୋଟିଏ ନଳକୂପ ରହିଛି। ଏଥିରୁ ପ୍ରଥମେ ପାଣି ନେଉଥିବା ଲୋକ ହିଁ ଭଲ ପାଣି ପାଆନ୍ତି। ଗୋଟିଏରୁ ୨ ବାଲଟି ପାଣି ନେବା ପରେ ପାଣିର ରଙ୍ଗ ଲାଲ ହୋଇଯାଏ। ପାଣି ବାହାରିବା ବି ବନ୍ଦ ହୋଇଯାଏ। ଆଉ ଏ ନଳକୂପର ଏକମାତ୍ର ବିକଳ୍ପ ବିଲ ମଝିରେ ଥିବା କୂଅ। ଅଳିଆ ଆବର୍ଜନା ଭର୍ତ୍ତି ଖୋଲା କୂଅର ପାଣି ପିଇ ଲୋକ ରୋଗରେ ପଡ଼ୁଥିବା ଅଭିଯୋଗ ହୋଇଛି। ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି।

ଅଧିକ ପଢନ୍ତୁ:ଫିଟୁଛି ଉଦଳା କିରାସିନି କଳାବଜାରୀ ଗୁମର, ନିଜ କେଳେଙ୍କାରୀ ଲୁଚାଇବାକୁ RCMS ସମ୍ପାଦକଙ୍କ ଷଡ଼୍‌ଯନ୍ତ୍ର

 ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ପାଟଣା ଗାଁରେ ବସବାସ କରୁଥିବା ୨ ହଜାରରୁ ଅଧିକ ଲୋକ ଜଳ ଯାତନା ଭୋଗୁଛନ୍ତି। ସରକାରୀ ପ୍ରକଳ୍ପ ଅଚଳ। ନଳକୂପରୁ ପାଣି ବାହାରୁନି। ଗାଁ ଲୋକଙ୍କ ଏକମାତ୍ର ଭରସା ପୋଖରୀର ଅବସ୍ଥା ଦେଖନ୍ତୁ। ଦଳ ଓ ଅଳିଆ ଆବର୍ଜନାରେ ଭର୍ତ୍ତି। ପଚା ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ। ୨୦୨୩-୨୪ରେ ଅମୃତ ସରୋବର ଯୋଜନାରେ ପୋଖରୀରୁ ପଙ୍କ ଉଦ୍ଧାର ଓ ସୌନ୍ଦର୍ଯୀକରଣ  ପାଇଁ ୧୮ ଲକ୍ଷ ଟଙ୍କା ଆସିଥିଲା। ହେଲେ ମନରେଗା କାର୍ଯ୍ୟକୁ  ମେସିନ୍‌ ସାହାଯ୍ୟରେ କରିବା ସହ କାର୍ଯ୍ୟ ଅଧପନ୍ତରିଆ କରି ଛୁ’ ମାରିଛନ୍ତି ଠିକାଦାର। ୬ ମାସରୁ ଅଧିକ ସମୟ ହେବ ପୋଖରୀ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। କାଛୁ କୁଣ୍ଡିଆ ଭୟରେ ଲୋକେ ପୋଖରୀରେ କାରବାର କରୁନାହାନ୍ତି।  ଏବେ ଠୁ ଯଦି ଏମିତି ଅବସ୍ଥା। ତାହେଲେ ଚିନ୍ତା କରନ୍ତୁ ଯେତବେଳେ ଖରା ବଢ଼ିବ ସେତବେଳେ କ’ଣ ହେବ ଅବସ୍ଥା।