କନକବ୍ୟୁରୋ : ଆଜିଠାରୁ ସକାଳେ ଘଣ୍ଟାଏ ଓପିଡି ବନ୍ଦ । ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ବହିର୍ବିଭାଗ, ଓପିଡି ବନ୍ଦ ରହିବ । ଘଣ୍ଟାଏ ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡିରେ ରୋଗୀ ଦେଖିବେ ନାହିଁ। ଏହାସହ ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ହେଉଥିବା କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବ ବୋଲି ଓଡ଼ିଶା ମେଡିକାଲ ସେବା ସଂଘ, ଓମ୍ସା ପକ୍ଷରୁ ଘୋଷଣା କରାଯାଇଛି।
ମାଲକାନଗିରି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ୪ଟି ସ୍ଥାନରେ ଏକକାଳୀନ ରେଡ୍
ସଂଘ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସକରାତ୍ମକ ରହିଥିବା ରାଜ୍ୟ ସରକାର କହୁଛନ୍ତି। ମାତ୍ର ପୂର୍ବ ଘୋଷଣା ଅନୁଯାୟୀ ଓମ୍ସା ଆନ୍ଦୋଳନ ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛି। ଦୁଇ ଦିନ ତଳେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଓମ୍ସା ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।
ସଂଘର ରହିଥିବା ଦାବିକୁ ସମ୍ମାନ ଜଣାଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯିବ । କମିଟି ଦାବିଗୁଡ଼ିକର ଅନୁଧ୍ୟାନ କରି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯିବ । ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସଂଘ ଯେଉଁ ଆନ୍ଦୋଳନ ଡାକରା ଦେଇଛି। ସେଥିରୁ ନିବୃତ୍ତ ରହିବା ଲାଗି ଅନୁରୋଧ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସେପଟେ, ଓମ୍ସା ପକ୍ଷରୁ କୁହାଯାଇଛି ଯେ, ନଭେମ୍ବର ୧୯ ତାରିଖରେ କମିଟି ଗଠନ ହେବାର ନିଷ୍ପତ୍ତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ। ତେଣୁ ଓମ୍ସା କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଦାବି ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିଶ୍ରୁତି ଦିଆଯାଇନାହିଁ। ଲେବଲ ୧୫ ଉଚ୍ଛେଦ ଓ ପିଜି ଇନ୍ସେନ୍ଟିଭ୍ ବୃଦ୍ଧି ପାଇଁ ସଂଘ ଦାବି କରିଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ତେଣୁ ଓମ୍ସାର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଦାବି ପୂରଣର ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ନିଷ୍ପତ୍ତି ହୋଇଛି ।
୧ ଘଣ୍ଟା
ଓପିଡି ବନ୍ଦ
ଆଜିଠୁ ଏକ ଘଣ୍ଟା ଓପିଡି ବନ୍ଦ ପାଇଁ ଓମ୍ସାର ଡାକରା
୧୦ଦଫା ଦାବି ନେଇ ଓମ୍ସା ପକ୍ଷରୁ ଆନ୍ଦୋଳନ
ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ବନ୍ଦ ରହିବ ସରକାରୀ ଡାକ୍ତରଖାନାରେ ବହିର୍ବିଭାଗ
ଲେବଲ ୧୫ ଉଚ୍ଛେଦ, ପିଜି ଇନ୍ସେନ୍ଟିଭ୍ ବୃଦ୍ଧି
ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ପଦବି ପୂରଣ ଭଳି ୧୦ଟି ଦାବି
---
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/26/17-2025-12-26-10-11-52.jpg)