କନକ ବ୍ୟୁରୋ : ଡାକ୍ତର ଖୋଜୁଛି ଡାକ୍ତରଖାନା । ଆମେ କହୁଛୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁର ଛାତିରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଥା। ବାହାରୁ ସୁନ୍ଦର, ଭିତରେ କିନ୍ତୁ ପୂରା ଫମ୍ପା। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ପଶ୍ଚିମ ଓଡ଼ିଶାର ପ୍ରମୁଖ ହସ୍ପିଟାଲ। ହଜାର ହଜାର ରୋଗୀ ନିର୍ଭରଶୀଳ। ମାତ୍ର ଅଧିକାଂଶ ସମୟରେ ଓପିଡି ବନ୍ଦ । ଆଉ ଏହାର କାରଣ ହେଉଛି ଡାକ୍ତରଙ୍କ ଘୋର ଅଭାବ । ୧୨୮ ଜାଗାରେ ଅଛନ୍ତି ମାତ୍ର ୩୮ ଡାକ୍ତର । ସେଥିରୁ ପୁଣି ୮ ଜଣ ଠିକା ଓ ୫ରୁ ୬ ଜଣ ଡେପୁଟେସନରେ । ୧୦ଟି ୱିଙ୍ଗ୍ ଅଫିସର ପଦବୀରେ ଅଛନ୍ତି ୭ ଜଣ । ୩୫ ପଦବୀରେ ୧୨ ସ୍ପେସିଆଲିଷ୍ଟ । ୭୯ ଜୁନିଅର ଡାକ୍ତର ବା ମେଡିକାଲ ଅଫିସର ପଦବୀରେ ଅଛନ୍ତି ମାତ୍ର ୧୨ ଜଣ । ଟିବି, ଆନାସ୍ଥେସିଆ, ପାଥୋଲୋଜି, ରୋଡିଓଲୋଜି ଓ କାର୍ଡିଓଲୋଜି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ନାହାନ୍ତି ଜଣେ ହେଲେ ଡାକ୍ତର । ଏପଟେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରଙ୍କୁ ପାଥୋଲୋଜି ବିଭାଗରେ କରାଯାଇଛି ଥଇଥାନ ।
ଅଧିକ ପଢ଼ନ୍ତୁ : ଇଥାନଲ କମ୍ପାନିକୁ ସମ୍ବଲପୁର ଦେଓଗାଁରେ ପ୍ରବଳ ବିରୋଧ, ନିର୍ମାଣ ବନ୍ଦ କରିବା ଦାବିରେ ତାତିଲେ ଲୋକେ
ପୂର୍ବ ଅପେକ୍ଷା ଡାକ୍ତରଙ୍କ ସଂଖ୍ୟା ବଢ଼ିବା କଥା, କିନ୍ତୁ କମିକମି ଚାଲିଛି । ଯେଉଁ ଡାକ୍ତର ଅନ୍ୟତ୍ର ବଦଳି ହେଉଛନ୍ତି ତାଙ୍କ ସ୍ଥାନରେ ଆଉ ନୂଆ ନିଯୁକ୍ତି ଦିଆଯାଉନାହିଁ । ଅସ୍ଥିଶଲ୍ୟ, ଚର୍ମ ଓ ଚକ୍ଷୁ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମାତ୍ର ଜଣେ ଲେଖାଏଁ ଡାକ୍ତର ଅଛନ୍ତି । ଏମିତିକି ମୁଖ୍ୟ ଚିକିତ୍ସାଳୟରେ ବ୍ଲଡ୍ ବ୍ୟାଙ୍କ୍ ଅଛି, କିନ୍ତୁ ବ୍ଲଡ୍ ବ୍ୟାଙ୍କ୍ ଅଫିସର ପଦ ଖାଲି।
Follow Us