ଗ୍ରେଟର ବ୍ରହ୍ମପୁର ପାଇଁ ରାତି ଅନିଦ୍ରା ପ୍ରଶାସନ: ସରୁନି ଫାଇଲ୍‌ ଚାଷ, ଦେଖାଦେଉଛି ନୂଆ ସମସ୍ୟା

Advertisment

ପ୍ରଶାସନ ହାତରେ ଆଉ ମାତ୍ର ୩ ଦିନ । ଆସନ୍ତାକାଲି ବସିବ ସ୍ବତନ୍ତ୍ର କାଉନ୍‌ସିଲ ବୈଠକ ।

ପ୍ରଶାସନ ହାତରେ ଆଉ ମାତ୍ର ୩ ଦିନ । ଆସନ୍ତାକାଲି ବସିବ ସ୍ବତନ୍ତ୍ର କାଉନ୍‌ସିଲ ବୈଠକ ।

Greater berhampur

Greater berhampur Photograph: (KanakNews)

କନକ ବ୍ୟୁରୋ:  ମୁଖ୍ୟମନ୍ତ୍ରୀଙ୍କ ଗ୍ରେଟର ବ୍ରହ୍ମପୁର ଘୋଷଣା ପରେ ତତ୍ପରତା ଦେଖାଇଛନ୍ତି ସରକାର । ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗକୁ ପ୍ରସ୍ତାବ ପଠାଇବା ପରେ ଡ୍ରାଫ୍ଟ ମ୍ୟାପ୍‌ ଓ ଫ୍ରେସ ରିଜଲ୍ୟୁସନ୍‌ ମଗାଯାଇଛି । ଏଥିପାଇଁ ଆସନ୍ତାକାଲି ସ୍ୱତନ୍ତ୍ର କାଉନସିଲ ବୈଠକ ବସିବାକୁ ଥିବା ବେଳେ ଫାଇଲ୍‌ କାମ ସାରିବାକୁ ବି ଲକ୍ଷ୍ୟ ରଖାଯାଇଛି ।  
 ଜାନୁଆରି ପହିଲାରୁ ଆରମ୍ଭ ହେବ ଜନଗଣନା ପ୍ରକ୍ରିୟା ।

ଅଧିକ ପଢନ୍ତୁ:  ଏନଡିଏରୁ ଅଲଗା ହେବେ କି ମାଞ୍ଝୀ? ରାଜ୍ୟସଭା ସିଟକୁ ନେଇ ବିହାର ରାଜନୀତି ସରଗରମ

ତେଣୁ ଡିସେମ୍ବର ୩୧ ସୁଦ୍ଧା କାମ ସାରି ବିଜ୍ଞପ୍ତି ପ୍ରକାଶ ଜରୁରୀ । ପଞ୍ଚାୟତ ମିଶ୍ରଣ ପରେ ମହାନଗର ନିଗମର ବର୍ଦ୍ଧିତ ସୀମା ନିର୍ଧାରଣ ଏହା ପୂର୍ବରୁ ନ ସରିଲେ ସମସ୍ୟା । ସେପଟେ ମିଶ୍ରଣ ହେବାକୁ ଥିବା ପଞ୍ଚାୟତର ଉନ୍ନୟନ ଲାଗି ଅଧିକ ପାଣ୍ଠି ଦେବାକୁ ଦାବି କରିଛନ୍ତି ବ୍ରହ୍ମପୁର ମେୟର ।   ବର୍ଷ ଶେଷ ପୂର୍ବରୁ ହିଁ ପ୍ରକାଶ ପାଇବ ଗ୍ରେଟର ବ୍ରହ୍ମପୁର ବିଜ୍ଞପ୍ତି । ନଚେତ ଅକଳରେ ପଡ଼ିପାରନ୍ତି ସରକାର । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe