ଶୀଘ୍ର କରନ୍ତୁ ଆଧାର କାର୍ଡ ଅପଡେଟ୍; ଆଉ ମାତ୍ର ୩ ଦିନ ବାକି

ଶୀର୍ଘ ଶେଷ ହେବାକୁ ଯାଉଛି ମାଗଣାରେ ଆଧାର ଅପଡେଟ୍ ଅବଧି। ଡିସେମ୍ବର ୧୪ ତାରିଖ ଶେଷ ଦିନ।  ୧୦ ବର୍ଷରୁ ଅଧିକ ପୁରୁଣା କାର୍ଡର ଅପଡେଟ୍ କରିବା ଗୁରୁତ୍ୱପୂର୍ଣ୍ଣ। ସବିଶେଷ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ। 

46adhaar

କନକ ବ୍ୟୁରୋ: ଶୀଘ୍ର ଶେଷ ହେବାକୁ ଯାଉଛି ମାଗଣାରେ ଆଧାର ଅପଡେଟ୍ ଅବଧି । ଡିସେମ୍ବର ୧୪ ତାରିଖ ଶେଷ ଦିନ । ୧୦ ବର୍ଷରୁ ଅଧିକ ପୁରୁଣା କାର୍ଡର ଅପଡେଟ୍ କରିବା ଗୁରୁତ୍ୱପୂର୍ଣ୍ଣ ।  ସବିଶେଷ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ । 

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବିନା ମୂଲ୍ୟରେ ୧୪ ଡିସେମ୍ବର ୨୦୨୪ ପର୍ୟ୍ୟନ୍ତ ଆଧାର ଅପଡେଟ୍ ପାଇଁ କଟ୍ ଅଫ୍ ତାରିଖ ବଢ଼ାଇ ଥିଲେ। ବର୍ତ୍ତମାନ ଏହି ସମୟସୀମାକୁ ଆହୁରି ବଢ଼ାଇବାର ଆଶା କମ୍ ଅଛି । ତେଣୁ, ଆଧାର ବିବରଣୀକୁ ମାଗଣାରେ ଅପଡେଟ୍ କରିବା ପାଇଁ ଶୀଘ୍ର, ୟୁଆଇଡିଏଆଇ ୱେବସାଇଟ୍‌କୁ ଯାଇ କରାଇନେବା ଆବଶ୍ୟକ। ୟୁଆଇଡିଏଆଇ ଧାର୍ୟ୍ୟ ସମୟ ମଧ୍ୟରେ ଆଧାର କାର୍ଡର ସବିଶେଷ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ଆଧାର ଏକ ଦଶନ୍ଧି କିମ୍ବା ତା ଠାରୁ ଅଧିକ ପୂର୍ବରୁ କରାଯାଇଛି ତେବେ ଆଧାର ସୂଚନା ଅପଡେଟ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe