କନକ ବ୍ୟୁରୋ: ଶୀଘ୍ର ଶେଷ ହେବାକୁ ଯାଉଛି ମାଗଣାରେ ଆଧାର ଅପଡେଟ୍ ଅବଧି । ଡିସେମ୍ବର ୧୪ ତାରିଖ ଶେଷ ଦିନ । ୧୦ ବର୍ଷରୁ ଅଧିକ ପୁରୁଣା କାର୍ଡର ଅପଡେଟ୍ କରିବା ଗୁରୁତ୍ୱପୂର୍ଣ୍ଣ । ସବିଶେଷ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ।
ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବିନା ମୂଲ୍ୟରେ ୧୪ ଡିସେମ୍ବର ୨୦୨୪ ପର୍ୟ୍ୟନ୍ତ ଆଧାର ଅପଡେଟ୍ ପାଇଁ କଟ୍ ଅଫ୍ ତାରିଖ ବଢ଼ାଇ ଥିଲେ। ବର୍ତ୍ତମାନ ଏହି ସମୟସୀମାକୁ ଆହୁରି ବଢ଼ାଇବାର ଆଶା କମ୍ ଅଛି । ତେଣୁ, ଆଧାର ବିବରଣୀକୁ ମାଗଣାରେ ଅପଡେଟ୍ କରିବା ପାଇଁ ଶୀଘ୍ର, ୟୁଆଇଡିଏଆଇ ୱେବସାଇଟ୍କୁ ଯାଇ କରାଇନେବା ଆବଶ୍ୟକ। ୟୁଆଇଡିଏଆଇ ଧାର୍ୟ୍ୟ ସମୟ ମଧ୍ୟରେ ଆଧାର କାର୍ଡର ସବିଶେଷ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ଆଧାର ଏକ ଦଶନ୍ଧି କିମ୍ବା ତା ଠାରୁ ଅଧିକ ପୂର୍ବରୁ କରାଯାଇଛି ତେବେ ଆଧାର ସୂଚନା ଅପଡେଟ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/11/bAYA6yPgTiO9uIOnE0ol.jpg)