କନକ ବ୍ୟୁରୋ : ଅନଲାଇନ ଟ୍ରେଡିଙ୍ଗ ବର୍ତ୍ତମାନ ସମୟରେ ଠକେଇର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ବିଶେଷକରି ଯୁବ ପିଢି ଏହାର ଶିକାର ହେଉଛନ୍ତି । ଗତ ୫ ବର୍ଷ ଭିତରେ କେତେ ଯୁବପିଢି ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି । ତାର ସମ୍ପୂର୍ଣ୍ଣ ତଥ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି ।
କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ଗତ ୫ ବର୍ଷ ମଧ୍ୟରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଛନ୍ତି । ୨୦୧୯ରେ ୧୮ ଜଣ, ୨୦୨୦ରେ ୨୮ ଜଣ, ୨୦୨୧ରେ ୨୨ ଜଣ ଏବଂ ୨୦୨୨ରେ ୧୦୫ ଜଣ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଥିଲେ । ତେବେ ୨୦୨୩ରେ ହଠାତ୍ ଏହା ଅହେତୁକ ଭାବେ ବଢି ୧୮ ହଜାର ୯୯୪ରେ ପହଞ୍ଚିଥିଲା ଆଉ ଚଳିତ ବର୍ଷ ଏହା ରେକର୍ଡ ପାର୍ କରିଛି। ଏବର୍ଷ ୧୧ ମାସରେ ୪୦ ହଜାର ୨୭୦ ଜଣ ଅନଲାଇନ ଟ୍ରେଡିଂ କରି ଠକାମୀରେ ପଡିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/09/ECLWQ9FHz5AzjLCH7kyX.jpg)