ଅନଲାଇନ୍ ଟିକେଟ୍ ମିଳିଲାନି , କାଉଣ୍ଟର ଟିକେଟ ପାଇବ ତ?

ଅନଲାଇନରେ ଟିକେଟ ବିକ୍ରି ଖୋଲୁ ଖୋଲୁ ସରିଗଲା ବାରବାଟି ଟିକେଟ । ଅନଲାଇନ ଟିକେଟ ବିକ୍ରି ସରିଲା ଏବେ କାଉଣ୍ଟର ଟିକେଟକୁ ଅପେକ୍ଷା

stadium

Photograph: (kanaknews)

କନକବ୍ୟୁରୋ : ଅନଲାଇନରେ ଟିକେଟ ବିକ୍ରି ଖୋଲୁ ଖୋଲୁ ସରିଗଲା ବାରବାଟି ଟିକେଟ । ଅନଲାଇନ ଟିକେଟ ବିକ୍ରି ସରିଲା ଏବେ କାଉଣ୍ଟର ଟିକେଟକୁ ଅପେକ୍ଷା । ବାରବାଟୀ ଷ୍ଟାଡିୟମ୍‌ରେ ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ  ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ହୋଇଛି ।  ଅନ୍‌ଲାଇନ୍‌ରେ ୨ ହଜାର ଟିକଟ ବିକ୍ରି ହେବାର ଥିଲା । 

ଅଧିକ ପଢନ୍ତୁ... ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ : ବିଧାନସଭାରେ ପରିବେଶ ଓ ପର୍ଯ୍ୟଟନ ବିଭାଗ ଉପରେ ଆଲୋଚନା

ଅପରାହ୍ଣ ୨ଟାରେ ବିକ୍ରି ଆରମ୍ଭ ହୋଇଥିବା ଗ୍ୟାଲେରି ଟିକଟ ପାଇଁ ବିକ୍ରି ଆରମ୍ଭ ହେବାର ମାତ୍ର କେଇ ମିନିଟ୍ ଭିତରେ ସବୁ ଟିକେଟ ବିକ୍ରି ହୋଇଯାଇଥିଲା ।   ଗ୍ୟାଲେରି ନମ୍ବର ୨, ୪, ୭ରୁ କିଛି ଏବଂ ଏସି ବକ୍ସ, ନ୍ୟୁ ପାଭିଲିୟନ, ସ୍ପେଶାଲ ଏନ୍‌କ୍ଲୋଜରର ଟିକଟ ଅନ୍‌ଲାଇନରେ ଉପଲବ୍ଧ ଥିଲା ।  କିନ୍ତୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବାର ମାତ୍ର କେଇ ମିନିଟ ଭିତରେ ଟିକେଟ ସରିଯାଇଥିଲା  ।   ଆସନ୍ତା ୩ ଓ ୪ ତାରିଖରେ ଓସିଏ ସହିତ ଅନୁବନ୍ଧିତ ଜିଲ୍ଲା ସଂଘ, କ୍ଲବ, ସ୍କୁଲ୍‌ ଆଦି ଅନୁଷ୍ଠାନକୁ ଟିକଟ ବିକ୍ରି କରାଯିବ । ଚଳିତ ବର୍ଷ ବାରବାଟୀରେ ଦର୍ଶକ ସାମର୍ଥ୍ୟ ପାଖାପାଖି ୪୨ ହଜାର ରହିଥିବା ବେଳେ ସେଥିରୁ ୨ ହଜାର ଟିକଟ ଅନ୍‌ଲାଇନରେ ବିକ୍ରି ହୋଇଛି ।  ୫ ତାରିଖରୁ କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ ହେବ।

ଅନ୍‌ଲାଇନରେ ଟିକେଟ୍‌ ବିକ୍ରି ସରିଲା ଏବେ କାଉଣ୍ଟର ଟିକେଟକୁ ଅପେକ୍ଷା
ମାତ୍ର କେଇ ମିନିଟ୍‌ରେ ସରିଗଲା ଅନଲାଇନ ଟିକେଟ୍‌ ବିକ୍ରି 
୫ ତାରିଖରୁ କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ ହେବ
ଆସନ୍ତା ୩ ଓ ୪ ତାରିଖ ଓସିଏ ସହ ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍‌ ବିକ୍ରି 
ଏଥିପାଇଁ ୧୧ ହଜାର ଟିକେଟ୍ ରହିଛି
୫ ତାରିଖରୁ କାଉଣ୍ଟରରେ ଟିକେଟ୍ ବିକ୍ରି 
୨ଟି କାଉଣ୍ଟର କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିବ
କାଉଣ୍ଟର ପାଇଁ ୧୦ ହଜାର ଟିକଟ ଉପଲବ୍‌ଧ ରହିଛି
ଅବଶି‌ଷ୍ଟ ୧୮,୪୦୦ ଟିକଟ ପାସ୍‌ ଆକାରରେ ବଣ୍ଟନ କରାଯିବ
ଏହି ପାସ୍‌ ବିସିସିଆଇ କର୍ତ୍ତୃପକ୍ଷ, ପୂର୍ବତନ ଖେଳାଳିଙ୍କୁ ଦିଆଯିବ
ବିଭିନ୍ନ ଜିଲ୍ଲା ସଂଘ ଓ କ୍ରୀଡ଼ା ସଂଘକୁ ବି ଦିଆଯିବ ପାସ୍


--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe