କନକ ବ୍ୟୁରୋ : ବାରବାଟୀ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଫେବୃଆରୀ ୨ରୁ ଆରମ୍ଭ ହେବ ଟିକେଟ୍ ବିକ୍ରି। ଉଭୟ ଅନଲାଇନ୍ ଓ ଅଫ୍ ଲାଇନରେ ଟିକେଟ୍ ବିକ୍ରି ହେବ। ଫେବୃଆରୀ ୨ ତାରିଖରେ ଅନଲାଇନ ଟିକେଟ୍ ବିକ୍ରି ହେବ। ସେହିପରି ୬ ଓ ୭ ତାରିଖରେ ଅଫଲାଇନରେ ଅର୍ଥାତ୍ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ ।
କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ କଟକ ଓସିଏ କାର୍ଯ୍ୟାଳୟରେ ଏନେଇ ବୈଠକ ଆରମ୍ଭ ହୋଇଛି । ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/24/kXWJeWlEMjDO55W4PKA1.jpg)