କନକ ବ୍ୟୁରୋ: ବିବାଦରେ ଅନଲାଇନ ସପିଂ ସଂସ୍ଥା ୱାଲମାର୍ଟ। ଚପଲ, ଅଣ୍ଡରୱେୟାର, ପ୍ୟାଣ୍ଟ, ସାର୍ଟରେ ଭଗବାନ ଗଣେଷଙ୍କ ଛବି। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଇ-କମର୍ସ ସାଇଟରେ ବିବାଦୀୟ ସାମଗ୍ରୀ। ଏହା ହିନ୍ଦୁ ଧର୍ମାବଲମ୍ବୀଙ୍କ ଭବନାକୁ ଅଧିକ କଷ୍ଟ ଦେଇଛି। କିଛି ଲୋକେ ୱାଲମାର୍ଟକୁ ବଏକଟ କରୁଥିବା ଦେଖିବାକୁ ମିଳିଛି। ହିନ୍ଦୁ ଆମେରିକାନ ଫାଉଣ୍ଡେସନ ଘଟଣାକୁ ତୀବ୍ର ନିନ୍ଦା କରିଛି। ବିବାଦୀୟ ଫଟୋକୁ ନେଇ ଚାରିଆଡୁ ବିରୋଧ ପରେ କିଛି ସାମଗ୍ରୀ ହଟାଇଛି ସଂସ୍ଥା।