କନକ ବ୍ୟୁରୋ:  କାର୍ତ୍ତିକ ମାସରେ ବ୍ରତ ପାଇଁ  ଆସନ୍ତା ୧୯ତାରିଖ ଠାରୁ ପଞ୍ଜୀକରଣ ଆରମ୍ଭ ହେବ। ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ଏଥର ବ୍ୟବସ୍ଥା ହୋଇଛି । ଏ ନେଇ ଆଜି ଜାରି ହୋଇଛି ବିଜ୍ଞପ୍ତି । 

Advertisment

ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ପୁଣି ଆରମ୍ଭ ହେବ  କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ହବିଷ୍ୟାଳି ଶିବିର  । ଚଳିତ ମାସ ୧୯ ତାରିଖରୁ edistrict.odisha.gov.in ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ। ୧୯ ତାରିଖ ଦିନ ୧୦ଟାରୁ ଆବେଦନ ଆରମ୍ଭ ହେବ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳା ମାନେ ଆବେଦନ କରିପାରିବେ । ପଞ୍ଜୀକୃତ ହବିଷ୍ୟାଳି  ସେମାନଙ୍କ ଫଟୋ , ଆଧାର କାର୍ଡ ଦେବା ବାଧ୍ୟତାମୂଳକ ।  ହବିଷ୍ୟାଳିଙ୍କୁ ରହିବା ସ୍ଥାନ ନେଇ ଅନଲାଇନରେ ହିଁ ସୂଚନା ଦିଆଯିବ । ବିନା ପଞ୍ଜୀକରଣ କରିଥିବା ଭକ୍ତଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ ।

ପଞ୍ଜୀକୃତ ହୋଇଥିବା ଅଢେଇ ହଜାରରୁ ତିନି ହଜାର ହବିଷ୍ୟାଳିଙ୍କ ପାଇଁ ମାଗଣା ରହିବା ଖାଇବା ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି  ବେଶୀ ଅଭଡ଼ା ବାହାରୁଥିବା ବେଳେ ଚଳିତ ବର୍ଷ କାଠର ସମସ୍ୟା ଦେଖାଯିବ ବୋଲି କହିଛନ୍ତି ସୁଆର ମହାସୁଆର  ନିଯୋଗ ସମ୍ପାଦକ।। ସରକାର କେବଳ ପଞ୍ଜୀକୃତ ହବିଷ୍ୟାଳିଙ୍କୁ ଗୁରୁତ୍ବ ଦେବା କଥା କହୁଛନ୍ତି । କିନ୍ତୁ ବିନା ପଂଜିକରଣରେ  ଶ୍ରୀକ୍ଷେତ୍ରର ମଠବାଡ଼ିରେ ଯେଉଁ ବ୍ରତଧାରୀ ରହିବେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନକଲେ କାର୍ତ୍ତିକ ମାସରେ ଶୃଙ୍ଖଳିତ ଦର୍ଶନ କେମିତି ହେବ ବୋଲି ପ୍ରଶ୍ନ ଉଠିଛି ।