କନକବ୍ୟୁରୋ : ବର୍ତ୍ତମାନ ସମୟରେ କେତେବେଳେ ଖରା ତ ପୁଣି କେତେବେଳେ ବର୍ଷା । ଋତୁର ଏମିତି ପରିବର୍ତ୍ତନରେ ପ୍ରାୟ ଅଧିକାଂଶ ଲୋକଙ୍କ ଦେହ ଖରାପ ହୋଇଥାଏ  । ସେ ଛୋଟ ପିଲା ହୁଅନ୍ତୁ କି ବୟସ୍କ ବ୍ୟକ୍ତି କାହାକୁ ଜ୍ୱର ହେଉଛି ତ ପୁଣି କାହାକୁ ଥଣ୍ଡା, କାଶ, ହେଉଛି, ପୁଣି କାହାର ପେଟ ଯନ୍ତ୍ରଣା ମଧ୍ୟ ହେଉଛି ।

Advertisment

ଡାକ୍ତରଙ୍କ କହିବା ଅନୁୟାୟୀ, ‘‘ ଆସାଧାରଣ ଭାବେ ପାଣିପାଗ ବଦଳିବାକୁ ଆମେ ଖରାପ ବୋଲି କହିଥାଉ  ।  ହଠାତ ଖରା ଥିବ ପୁଣି ଆକସ୍ମିକ ଭାବେ ବର୍ଷା ହେବ । ଯାହା ଫଳରେ ଶରୀର ଭିତରେ ଥିବା ଉତ୍ତାପରେ ଏକ ଅସନ୍ତୁଳନ ଅବସ୍ଥା ଆସିଯାଏ । ଏ ଅସନ୍ତୁଳନ ଅବସ୍ଥାକୁ ଆମେ ବର୍ତ୍ତମାନ ପରିସ୍ଥିତିରେ ରୋଗ ଏବଂ ତାର ଚିକିତ୍ସା ଉପରେ ଗୁରୁତ୍ୱ ଦେବାର ଆଵଶ୍ୟକତା ରହିଛି  । 

କିନ୍ତୁ ବର୍ତ୍ତମାନ ସମୟରେ ପାଗ ବଦଳିବା ସହ ଆଜି କାଲି ବ୍ୟସ୍ତ ବହୁଳ ପାଇଁ ଆମେ ଅନଲାଇନ ରୁ ମେଡିସିନି କିଣି ଖାଇଥାଉ ଯାହା ଆମ ଶରୀର ପାଇଁ ବିପଦ ହୋଇଥାଏ ।

ଏଥିସହ ଯୁଗ ସହ ତାଳ ଦେଇ ଲୋକଙ୍କର ଜିନିଷ କିଣିବାର ଅଭ୍ୟାସ ବଦଳିଛି  ।  ଅନଲାଇନ ଜରିଆରେ ବିଭିନ୍ନ ସାମଗ୍ରୀ ହାତ ପାହାନ୍ତାରେ ମିଳିଯାଉଛି । ଘରେ ବସି ଲୋକେ ଜିନିଷ ମଗାଇବା ଅଧିକ ପସନ୍ଦ କରୁଛନ୍ତି  ।  ତେବେ ଏହାରି ମଧ୍ୟରେ ଚିନ୍ତା ବଢ଼ାଉଛି ଅନଲାଇନ ମେଡିସିନ । ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ଖାଇବା ପଡୁଛି ମହଙ୍ଗା  ।  ଅନେକ ସମୟରେ ଭୁଲ ମେଡିସିନ ଖାଇବା ଯୋଗୁଁ ଲୋକେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପଡୁଥିବା ଦେଖିବାକୁ ମିଳୁଛି । ଏନେଇ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । 
--