କନକ ବ୍ୟୁରୋ : ଏଣିକି ଡିଜିଟାଲ ଜୁଆ ଖେଳିଲେ ଭୋଗିବେ ୩ ବର୍ଷ ଜେଲ୍ । ତା ସହ  କୋଟିଏ ଟଙ୍କା ପର୍ଯ୍ୟନ୍ତ ଜରିମାନା ବି ଗଣିବେ । ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ଅନଲାଇନ୍ ଗେମିଂ ବିଲ୍ ୨୦୨୫ । ବାଚନିକ ଭୋଟ୍ ବଳରେ ଏହି ବିଲ୍ ପାରିତ ହୋଇଛି । ଏହାଦ୍ବାରା ବିଶେଷ କରି ମଧ୍ୟବିତ୍ତ ବର୍ଗର ପରିବାର ଉପକୃତ ହେବେ ।  ପ୍ରତିବର୍ଷ ହଜାର ହଜାର ପିଲା ଅନଲାଇନରେ ଗେମ୍ ଖେଳି ପ୍ରାଣ ହରାଉଛନ୍ତି । ଗେମ୍‌ରେ ସର୍ବସ୍ବ ହରାଇବା ପରେ ଆତ୍ମହତ୍ୟା କରୁଥିବା ଖବର ଆସୁଛି । ଏହାକୁ ଦୃଷ୍ଟିରେ ରଖି ସଂସଦରେ ଅନଲାଇନ ଗେମିଂ ବିଲ୍ ନେଇ ବିଲ୍ ଆସିଥିଲା । ଗତକାଲି ଲୋକସଭା ପରେ ଆଜି ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଛି ।