କନକ ବ୍ୟୁରୋ; ସର୍ବସ୍ବାନ୍ତ କରୁଛି ଅନ୍ଲାଇନ ଗେମ୍ । ରାଜ୍ୟର ଦୁଇଟି ସ୍ଥାନରୁ ଏଭଳି ସମ୍ବେଦନଶୀଳ ଖବର ଆସିଛି । ଭୁବନେଶ୍ବର ଓ ବାଲେଶ୍ବର ବସ୍ତାରୁ ଆସିଛି ଦୁଇଟି ଖବର। ଭୁବନେଶ୍ବରରେ ଅନ୍ଲାଇନ ଗେମ୍ରେ ୭ ଲକ୍ଷ ହରାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଟଙ୍କା ହରାଇବା ଯୋଗୁଁ ଦୀର୍ଘଦିନ ଧରି ସେ ମାନସିକ ଚାପରେ ଥିଲେ । ସେହିଭଳି ବାଲେଶ୍ବରରେ ଅନ୍ଲାଇନ ଗେମ୍ ଫାଶରେ ପଡ଼ିଲେ ଘରୋଇ ଟ୍ୟୁସନ ଶିକ୍ଷକ। ୫ ଲକ୍ଷରୁ ଅଧିକ ଟଙ୍କା ହାରିଯିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।