ଅନଲାଇନ୍‌ ଅଟୋ ଚାଳକ ସଂଘର ଥାନା ଘେରାଉ ; ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଛିଡା ହୋଇଛି ଅଟୋ ଫଳରେ ରାଜମହଲରୁ ଏଜି ରାସ୍ତା ସମ୍ପୂର୍ଣ୍ଣ ଜାମ୍‌ ରହିଛି ।  

3

କନକ ବ୍ୟୁରୋ : କ୍ୟାପିଟାଲ ଥାନା ଘେରାଉ କରିଛନ୍ତି ସ୍ମାର୍ଟସିଟି ଅନଲାଇନ୍‌ ଅଟୋ ଚାଳକ ସଂଘ । ଯାହାର ପରିଣାମ ସ୍ୱରୂପ ରାଜଧାନୀରେ ଅନଲାଇନ ଅଟୋ ସେବା ଠପ୍‌ ହୋଇଛି , ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଛିଡା ହୋଇଛି ଅଟୋ ଫଳରେ ରାଜମହଲରୁ ଏଜି ରାସ୍ତା ସମ୍ପୂର୍ଣ୍ଣ ଜାମ୍‌ ରହିଛି ।  

କିଛି ଦିନ ତଳେ ଅର୍ଥାତ୍‌ କୁମାର ପୂର୍ଣ୍ଣିମା ରାତିରେ ସ୍ମାର୍ଟସିଟି ଅନଲାଇନ୍‌ ଅଟୋଚାଳକ ସଂଘର ଜଣେ ଚାଳକକୁ ଷ୍ଟେସନ୍‌ ଅଟୋ ଚାଳକ ସଂଘରର କିଛି ପିଲା ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା । ଗତକାଲି ଉଭୟ ଗୋଷ୍ଠୀର ପିଲାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ସ୍ମାର୍ଟ ସିଟି ଅନଲାଇନ୍‌ ଅଟୋ ଚାଳକ ସଂଘ କ୍ୟାପିଟାଲ ଥାନା ଘେରାଉ କରିଛନ୍ତି । ଦୋଷୀକୁ ପୁଲିସ ଗିରଫ ନକରି ନିର୍ଦୋଷକୁ ଗିରଫ କରିଥିବାର ଅଭିଯୋଗରେ ଆଜି କ୍ୟାପିଟାଲ ଥାନାକୁ ସ୍ମାର୍ଟ ସିଟି ଅଟୋ ଚାଳକ ସଂଘ ଘେରାଉ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe