କନକ ବ୍ୟୁରୋ : କ୍ୟାପିଟାଲ ଥାନା ଘେରାଉ କରିଛନ୍ତି ସ୍ମାର୍ଟସିଟି ଅନଲାଇନ୍ ଅଟୋ ଚାଳକ ସଂଘ । ଯାହାର ପରିଣାମ ସ୍ୱରୂପ ରାଜଧାନୀରେ ଅନଲାଇନ ଅଟୋ ସେବା ଠପ୍ ହୋଇଛି , ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଛିଡା ହୋଇଛି ଅଟୋ ଫଳରେ ରାଜମହଲରୁ ଏଜି ରାସ୍ତା ସମ୍ପୂର୍ଣ୍ଣ ଜାମ୍ ରହିଛି ।
କିଛି ଦିନ ତଳେ ଅର୍ଥାତ୍ କୁମାର ପୂର୍ଣ୍ଣିମା ରାତିରେ ସ୍ମାର୍ଟସିଟି ଅନଲାଇନ୍ ଅଟୋଚାଳକ ସଂଘର ଜଣେ ଚାଳକକୁ ଷ୍ଟେସନ୍ ଅଟୋ ଚାଳକ ସଂଘରର କିଛି ପିଲା ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା । ଗତକାଲି ଉଭୟ ଗୋଷ୍ଠୀର ପିଲାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ କ୍ୟାପିଟାଲ ଥାନା ଘେରାଉ କରିଛନ୍ତି । ଦୋଷୀକୁ ପୁଲିସ ଗିରଫ ନକରି ନିର୍ଦୋଷକୁ ଗିରଫ କରିଥିବାର ଅଭିଯୋଗରେ ଆଜି କ୍ୟାପିଟାଲ ଥାନାକୁ ସ୍ମାର୍ଟ ସିଟି ଅଟୋ ଚାଳକ ସଂଘ ଘେରାଉ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/14/3-2025-10-14-13-30-10.jpg)