ସହଜ ହେନ ଜମି ଡିମାର୍କେସନ୍ ; ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ୍‌ କାର୍ଯ୍ୟାଳୟ

ଡିମାର୍କେସନ ପାଇଁ ଆଉ ବାରମ୍ବାର ତହସିଲ ଅଫିସ ଦୌଡିବାକୁ ପଡ଼ିବନି । କିମ୍ବା କାହାକୁ ହାତଗୁଞ୍ଜା ଦେବାକୁ ପଡ଼ିବନି, କି ମାସ ମାସ ସମୟ ଗଡ଼ିବନି ।

Land Demarcation

Land Demarcation Photograph: (KanakNews)

କନକ ବ୍ୟୁରୋ : ଜମି ଡିମାର୍କେସନ ପାଇଁ ଅନଲାଇନ୍‌ରେ ଆବେଦନ କଲେ ମିଳିବ ତାରିଖ । ଡିମାର୍କେସନ ପାଇଁ ଆଉ ବାରମ୍ବାର ତହସିଲ ଅଫିସ ଦୌଡିବାକୁ ପଡ଼ିବନି । କିମ୍ବା କାହାକୁ ହାତଗୁଞ୍ଜା ଦେବାକୁ ପଡ଼ିବନି, କି ମାସ ମାସ ସମୟ ଗଡ଼ିବନି । ଏଣିକି ଜମି ଡିମାର୍କେସନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ ଅଧିକାରୀ ଅମିନ ଏବଂ ପୁଲିସ ଆସି କରିବେ ଆପଣଙ୍କ ଜମିର ଡିମାର୍କସେନ । 

ଏଥିପାଇଁ ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ୍‌ ସାଇଟକୁ ଯିବାକୁ ପଡିବ। ସେଥିରେ ମୋବାଇଲ ନମ୍ବର ପଞ୍ଜୀକରଣ କରି ଡିମାର୍କେସନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜ ପତ୍ର ସହ ଫି’ ଦେବାକୁ ପଡ଼ିବ । ଆବେଦନ ସଵମିଟ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ନିର୍ଦ୍ଧାରିତ ତାରିଖକୁ ମ୍ୟାସେଜରେ ଜଣାଇ ଦିଆଯିବ । ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କେସନ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe