କନକ ବ୍ୟୁରୋ : କେବେ କମିବ ପିଆଜ ଦର। କେବେ ଦର ବୃଦ୍ଧିରେ ଲାଗିବ ଲଗାମ। ପିଆଜ ଦରକୁ ନେଇ ଏବେ ଚିନ୍ତାରେ ଖାଉଟି। କାରଣ ବଜାରରେ ପିଆଜର ଦର ଏବେ ୫୫ରୁ ୬୦ ଟଙ୍କାରେ ପହଂଚିଲାଣି। ସ୍ଥିତିରେ ତୁରନ୍ତ ସୁଧାର ନଆସିଲେ ପିଆଜ ଦର ଶହେ ଛୁଇଁବାକୁ ବେଶୀଦିନ ଲାଗିନପାରେ।
ଆଳୁ ଦର ବଢିଲାବେଳକୁ ରାଜ୍ୟରେ ତୁମ୍ବି ତୋଫାନ ହୋଇଥିଲା। ଚର୍ଚ୍ଚା ବଢିଲା ବେଳକୁ ଖାଦ୍ୟ ଓ ଯୋଗାଣ ବିଭାଗ ବି ଚଢାଉ କରିଛି। କିନ୍ତୁ ଏହାରି ଭିତରେ ବଢିଗଲାଣି ପିଆଜ ଦର। ଆଳୁ ଏବେ ବଜାରରେ ୩୫ରୁ ୪୦ ଟଙ୍କା ଥିବାବେଳେ ପିଆଜ ଦର ଗ୍ରାହକଙ୍କୁ କନ୍ଦାଇବା ଆରମ୍ଭ କଲାଣି।
ସେହିପରି ଅଦା ଓ ରସୁଣ ଦର ମଧ୍ୟ ଆକାଶ ଛୁଆଁ ହେଲାଣି। ପାଖାପାଖି ୪ ଶହ ଟଙ୍କାରେ ପହଂଚିଲାଣି ରସୁଣର କିଲୋ ପ୍ରତି ଦର। ସେହିପରି ଅଦାର ଦର ମଧ୍ୟ ବଢିବାରେ ଲାଗିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/ixuLdPuT157Y55ayzRvw.jpg)