କନକ ବ୍ୟୁରୋ: ସାର ପାଇଁ ପୁଣି ହଇରାଣ ହେଉଛନ୍ତି ଚାଷୀ । ଗଞ୍ଜାମରେ ସାର ସଙ୍କଟ ଥମିବାର ନା ନେଉନି । ସାର ପାଇଁ ସଂଘର୍ଷ କରୁଛନ୍ତି ଚାଷୀ । ଭୋର ସକାଳୁ ସକାଳୁ ଚାଷୀ ସାର ବସ୍ତାଏ ପାଇଁ ଲମ୍ବା ଧାଡି କରି ରହୁଛନ୍ତି । ସକାଳୁ ସକାଳୁ ପୁଣି ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ମଙ୍ଗଳପୁର ସୋସାଇଟି ସମ୍ମୁଖରେ ଚାଷୀ ଧାଡିରେ ଛିଡା ହୋଇଛନ୍ତି ।

Advertisment

ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଚାଷୀ ରାସ୍ତାରେ ଛିଡ଼ା ହୋଇଛନ୍ତି । ଦୁଇ ଦିନ ତଳେ ନିଜେ ଯୋଗାଣ ମନ୍ତ୍ରୀ ଆସିକାଠାରେ ସାରକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ତଥାପି ତୁଟୁନି ସାର ସମସ୍ୟା । ରାଜ୍ୟରେ ସାର ସମସ୍ୟା ନଥିବା ମୁଖ୍ୟମନ୍ତ୍ରୀ କହିଥିଲେ ବି ସାର ସମସ୍ୟାକୁ ନେଇ ଦେଖାଯାଉଥିବା ଚିତ୍ର ସାର ସଙ୍କଟ କଥା ବୟାନ କରୁଛି ।