ଆରଜି କର ଦୁଷ୍କର୍ମ ଘଟଣାକୁ ପୂରିଲା ବର୍ଷେ, ନ୍ୟାୟ ଦାବିରେ ଆଜି ବି ଚାହିଁ ରହିଛି ପରିବାର

ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଜୀବନସାରା କାରାଦଣ୍ଡରେ ଦଣ୍ଡିତ କରାଯାଇଛି, କିନ୍ତୁ ପୀଡ଼ିତାଙ୍କ ପରିବାର ଏହାକୁ ବଡ଼ ଷଡ଼ଯନ୍ତ୍ର ବୋଲି ଦାବି କରିଛନ୍ତି। ଶୁକ୍ରବାର ରାତିରେ ଜୁନିଅର ଡାକ୍ତର ଓ ଜନସାଧାରଣଙ୍କ ଦ୍ୱାରା ଏକ ରାଲି ଆୟୋଜିତ ହୋଇଥିଲା।

66

କନକ ବ୍ୟୁରୋ : କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ପୋଷ୍ଟଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଏକ ବର୍ଷ ପୂର୍ଣ୍ଣ ହୋଇଛି । ଏହି ଘଟଣା ପଶ୍ଚିମବଙ୍ଗ ତଥା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଜୀବନସାରା କାରାଦଣ୍ଡରେ ଦଣ୍ଡିତ କରାଯାଇଛି, କିନ୍ତୁ ପୀଡ଼ିତାଙ୍କ ପରିବାର ଏହାକୁ ବଡ଼ ଷଡ଼ଯନ୍ତ୍ର ବୋଲି ଦାବି କରିଛନ୍ତି। ଶୁକ୍ରବାର ରାତିରେ ଜୁନିଅର ଡାକ୍ତର ଓ ଜନସାଧାରଣଙ୍କ ଦ୍ୱାରା ଏକ ରାଲି ଆୟୋଜିତ ହୋଇଥିଲା। 

‘ଅଭୟା’ କାଣ୍ଡକୁ ବର୍ଷେ ---
ଅଗଷ୍ଟ ୯, ୨୦୨୪: ସେମିନାର ହଲ୍‌ରେ ଡାକ୍ତରଙ୍କ ମୃତଦେହ ମିଳିଥିଲା
ଅଗଷ୍ଟ ୧୦, ୨୦୨୪: ସଞ୍ଜୟ ରୟଙ୍କୁ କୋଲକାତା ପୁଲିସ ଗିରଫ କରିଥିଲା
ଅଗଷ୍ଟ ୧୩, ୨୦୨୪: କୋଲକାତା ହାଇକୋର୍ଟ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲା
ଜାନୁଆରି ୧୮, ୨୦୨୫: ସିଆଲଦା କୋର୍ଟ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ 
ଜାନୁଆରି ୨୦, ୨୦୨୫: ସଞ୍ଜୟ ରୟଙ୍କୁ ଜୀବନସାରା କାରାଦଣ୍ଡ ଘୋଷଣା
ଅଗଷ୍ଟ ୯, ୨୦୨୫: ନ୍ୟାୟ ଦାବିରେ କୋଲକାତାରେ ରାତି ସାରା ବିକ୍ଷୋଭ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe