କନକ ବ୍ୟୁରୋ : କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ପୋଷ୍ଟଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଏକ ବର୍ଷ ପୂର୍ଣ୍ଣ ହୋଇଛି । ଏହି ଘଟଣା ପଶ୍ଚିମବଙ୍ଗ ତଥା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଜୀବନସାରା କାରାଦଣ୍ଡରେ ଦଣ୍ଡିତ କରାଯାଇଛି, କିନ୍ତୁ ପୀଡ଼ିତାଙ୍କ ପରିବାର ଏହାକୁ ବଡ଼ ଷଡ଼ଯନ୍ତ୍ର ବୋଲି ଦାବି କରିଛନ୍ତି। ଶୁକ୍ରବାର ରାତିରେ ଜୁନିଅର ଡାକ୍ତର ଓ ଜନସାଧାରଣଙ୍କ ଦ୍ୱାରା ଏକ ରାଲି ଆୟୋଜିତ ହୋଇଥିଲା।
‘ଅଭୟା’ କାଣ୍ଡକୁ ବର୍ଷେ ---
ଅଗଷ୍ଟ ୯, ୨୦୨୪: ସେମିନାର ହଲ୍ରେ ଡାକ୍ତରଙ୍କ ମୃତଦେହ ମିଳିଥିଲା
ଅଗଷ୍ଟ ୧୦, ୨୦୨୪: ସଞ୍ଜୟ ରୟଙ୍କୁ କୋଲକାତା ପୁଲିସ ଗିରଫ କରିଥିଲା
ଅଗଷ୍ଟ ୧୩, ୨୦୨୪: କୋଲକାତା ହାଇକୋର୍ଟ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲା
ଜାନୁଆରି ୧୮, ୨୦୨୫: ସିଆଲଦା କୋର୍ଟ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
ଜାନୁଆରି ୨୦, ୨୦୨୫: ସଞ୍ଜୟ ରୟଙ୍କୁ ଜୀବନସାରା କାରାଦଣ୍ଡ ଘୋଷଣା
ଅଗଷ୍ଟ ୯, ୨୦୨୫: ନ୍ୟାୟ ଦାବିରେ କୋଲକାତାରେ ରାତି ସାରା ବିକ୍ଷୋଭ