ରାଜ୍ୟରେ ବିଜେପି ସରକାରକୁ ପୂରିବ ବର୍ଷେ, ସରକାରଙ୍କ ସଫଳତାର ତାଲିକା ଦେବେ ମୁଖ୍ୟମନ୍ତ୍ରୀ !

ଦିନକ ପରେ ରାଜ୍ୟରେ ବିଜେପି ସରକାରକୁ ପୂରିବ ବର୍ଷେ । ଆଜି ସାମ୍ବାଦିକ ସମ୍ମଳନୀ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରଙ୍କ ସଫଳତାର ରଖିବେ ତାଲିକା । 

pre meet

କନକ ବ୍ୟୁରୋ: ଦିନକ ପରେ ରାଜ୍ୟରେ ବିଜେପି ସରକାରକୁ ପୂରିବ ବର୍ଷେ । ଏହା ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ବର୍ଷକର ସଫଳତା ବଖାଣିବେ ମୋହନ ମାଝୀ । ସରକାରକୁ ଆସିବା ପୂର୍ବରୁ କେଉଁ ପ୍ରତିଶ୍ରୁତି ଦିଆଯାଇଥିଲା  ?  କେତେ ପ୍ରତିଶ୍ରୁତି ପୂରଣ ହୋଇଛି ? ଆଗକୁ ସରକାର କ’ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି, ସେନେଇ ବିସ୍ତୃତ ସୂଚନା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଗତ ଜୁନ୍‌ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କ୍ରମରେ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ । ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।  ଜୁନ୍‌୨୦ରେ ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂର୍ତ୍ତିର ମୁଖ୍ୟ କାର୍ଯ୍ୟକ୍ରମ କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe