କନକ ବ୍ୟୁରୋ: ଆଜିକା ଦିନରେ ଅଧିକାଂଶ ଲୋକଙ୍କଠାରେ ଗ୍ୟାସ ସମସ୍ୟା ଦେଖାଯାଉଛି। ଖାଇସାରିବା ପରେ ପେଟ ଫୁଲିଯାଇ ଯନ୍ତ୍ରଣା ହେଉଛି, ତ କାହାକୁ ବାନ୍ତି ଭଳି ଲାଗୁଛି। କିନ୍ତୁ ଆଉ କିଛି ଲୋକଙ୍କର ସକାଳୁ ସକାଳୁ ଗ୍ୟାସ ସମସ୍ୟା ଦେଖାଯାଉଛି । ଯଦି ଏପରି ହେଉଛି ତାହେଲେ ଏ ସ୍କ୍ରିପ୍ଟ ଆପଣଙ୍କ ପାଇଁ । କିଛି ଘରୋଇ ଉପାୟ ଅଛି ଯାହାକୁ ନିୟମିତ ଫଲୋ କଲେ ଏସବୁ ସମସ୍ୟାରୁ ଖୁବ୍ ଶୀଘ୍ର ଆରାମ ମିଳିବ ନିଶ୍ଚୟ । 

Advertisment

ତା ପୂର୍ବରୁ ଜାଣିବା କଥା ଏସିଡିଟି ସମସ୍ୟା ହୁଏ କାହିଁକି? ଖାଦ୍ୟ ହଜମ ନହେଲେ ଏସିଡିଟି ସୃଷ୍ଟି ହୁଏ । କିଛି କ୍ଷେତ୍ରରେ ଏହା ଜିନ୍ ଗତ ସମସ୍ୟା ହୋଇଥିବାବେଳେ ଅନେକଙ୍କ କ୍ଷେତ୍ରରେ ଏହା କ’ଣ ଖାଉଛେ, କେତେ ପରିମାଣ ଖାଉଛେ, ଭଲଭାବେ ଖାଦ୍ୟ ଚୋବାଇ ଖାଉଛେ କି ନାହିଁ, ଖାଇବାର ସମୟ ଠିକ୍ ରଖୁଛେ କି ନାହିଁ, ମନସିକ ଅବସ୍ଥାରେ ଅଛେ କି , ଶୋଇବା ସମୟ ଠିକ୍ ରଖୁଛେ କି ନାହିଁ ଏସବୁ ଉପରେ ନିର୍ଭର କରେ । 

ଅଧିକ ପଢ଼ନ୍ତୁ : ଚିନିର ପରିମାଣ ହ୍ରାସ : ଶରୀରକୁ ଦିଏ ଅନେକ ଲାଭ....

ଶରୀରରେ ଖାଦ୍ୟ ହଜମ ହେବାକୁ ଜଠରାଗ୍ନି ବା ଡାଇଜେଷ୍ଟିଭ୍ ଫାୟାର ଆବଶ୍ୟକ ପରିମାଣରେ ଥିବା ଦରକାର । ଏଥିପାଇଁ ମୂଳା ସବୁଠୁ ଭଲ । ମୂଳାକୁ କୋରି ଏଥିରେ ସୈନ୍ଦର୍ଭ ଲୁଣ ପକାଇ ସେଥିରେ ଲେମ୍ବୁ ରସ ମିଶାଇ ସକାଳ ଜଳଖିଆ ଖାଇବା ଆଗରୁ ଖାଇଲେ ହଜମ କ୍ରିୟା ତ୍ବରାନ୍ବିତ ହୁଏ । ଏହାର ସ୍ବାଦ ବି ବହୁତ ଭଲ । କିନ୍ତୁ ମନେ ରଖନ୍ତୁ ମୂଳା ରାତିରେ କେବେବି ଖାଇବେନି । 

ଆପଣ କହିପାରନ୍ତି କିଛି ଲୋକଙ୍କର ଦିନରେ ନୁହେଁ ବରଂ ରାତିରେ ଗ୍ୟାସ୍ ସମସ୍ୟା ହେଉଛି ତାହେଲେ ସେମାନଙ୍କ ପାଇଁ ଉପାୟ କ’ଣ? ଏଥିପାଇଁ କିଛି ଘରୋଇ ଉପାୟ ଭାରି ଉପକାରୀ। ସେଥିରୁ ସବୁଠୁ ଭଲ ଅଦା। ଅଦାକୁ ଟୁକୁରା ଟୁକୁରା କରି କାଟି ସେଥିରେ ସୈନ୍ଦର୍ଭ ଲୁଣ ପକାଇ ଫାଳେ ଲେମ୍ବୁ ଚିପୁଡ଼ି ଦିଅନ୍ତୁ । ଏହାକୁ ଏକ ଏୟାର ଟାଇଟ୍ ଡବାରେ ରଖି ବ୍ୟବହାର କରିପାରିବେ। ଶୀତ ଦିନେ ଏହା ୧୫ରୁ ୨୦ ଦିନ ରହିପାରିବ । ହେଲେ ଖରାଦିନେ ସପ୍ତାହେ ତ ଚାଲିଯିବ । ଏହାକୁ ରାତି ଖାଦ୍ୟ ଖାଇବା ପରେ ଚୋବାଇ ଖାଆନ୍ତୁ । ଦେଖିବେ ଏସିଡିଟି ରିଲିଜ୍ ହୋଇ ବହୁତ ଆରାମ ଲାଗିବ । 

ଏହାପରେ ବି ଏସିଡିଟି ଦୂରେଇବାକୁ ଯଦି ଆହୁରି ସହଜ ଉପାୟ ଦରକାର ତାହେଲେ ସୂର୍ଯ୍ୟଭେଦୀ ପ୍ରାଣାୟାମ କରନ୍ତୁ । ଏହାକୁ କଲେ ଶରୀରର ତାପମାତ୍ରା ବଢ଼ି ଖାଦ୍ୟ ହଜମ ହେବାରେ ସାହାଯ୍ୟ କରେ । 

ଏହା ସହ ଖାଦ୍ୟ ଖାଇବା ସମୟରେ ଛୋଟ ଛୋଟ ଅଭ୍ୟାସକୁ ଗୁରୁତ୍ବ ଦିଅନ୍ତୁ। ଖାଦ୍ୟକୁ ଚୋବାଇ ଚୋବାଇ ଖାଆନ୍ତୁ । ଖାଇ ସାରିବା ପରେ ତୁରନ୍ତ ହଡ଼ବଡ଼ିରେ ନଉଠି ବରଂ କିଛି ସମୟ ବସି ରୁହନ୍ତି । ଆଉ ଡାଇନିଙ୍ଗ ଟେବୁଲରେ ଗୋଡ଼ ଓହଳାଇ ବସି ଖାଆନ୍ତୁନାହିଁ ବରଂ ତଳେ ସୁଖାସନରେ ବସି ଖାଆନ୍ତୁ । ଏସବୁ ଅଭ୍ୟାସ ବି ଖାଦ୍ୟ ହଜମ ହେବାରେ ସହାୟତା ହୋଇଥାଏ ।