ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଅନ୍ୟ ୨ଜଣଙ୍କ ରିପୋର୍ଟକୁ ଅପେକ୍ଷା ।

Advertisment

ବିଭାଗୀୟ ମନ୍ତ୍ରୀ କହିଲେ, କଣାସ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ରହିଛି କଡ଼ା ନିର୍ଦ୍ଦେଶ ।

ବିଭାଗୀୟ ମନ୍ତ୍ରୀ କହିଲେ, କଣାସ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ରହିଛି କଡ଼ା ନିର୍ଦ୍ଦେଶ ।

KANAS

କନକ ବ୍ୟୁରୋ : ପୁରୀ ଜିଲ୍ଲା କଣାସରେ ଝାଡାବାନ୍ତି ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇଛନ୍ତି । ସରକାରୀ ଭାବେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ ବେସରକାରୀ ଭାବେ କିନ୍ତୁ ୩ ଜଣଙ୍କର ଜୀବନ ଯାଇଛି। ସେଥିରୁ ଜଣେ ଡାଇରିଆରେ ମରିଥିବା ସ୍ପଷ୍ଟ ହୋଇଛି । ଅନ୍ୟ ଦୁଇ ଜଣଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି । କଣାସ ଅଞ୍ଚଳରେ ୭-୮ ଦିନ ହେଲା ବ୍ୟାପୁଛି ଝାଡ଼ାବାନ୍ତି । ପ୍ରଥମେ ଏକ ଭୋଜିରୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା ।

ତାପରେ ଆଖପାଖ ଅନେକ ଗାଁକୁ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଗାଁ ଗୁଡ଼ିକର ୭୧ ଜଣ ସଂକ୍ରମିତ ହୋଇଛନ୍ତି । ଦୟା ନଦୀରୁ ଦୂଷିତ ଜଳ ବ୍ୟବହାର ଯୋଗୁଁ ଡାଇରିଆ ବ୍ୟାପୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି । ସଂକ୍ରମିତ ଅଞ୍ଚଳରେ ଭୁବନେଶ୍ଵରରୁ ୨ଟି ଟିମ ସହିତ ସ୍ବାସ୍ଥ୍ୟ ବିଭାଗର ମୋଟ ୮ଟି ଟିମ ନିୟୋଜିତ ହୋଇଛନ୍ତି । ନଦୀର ସବୁ ଘାଟକୁ ବିଶୋଧନ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe